ଚିଙ୍କାରା କେସ ମାମଲା : ପୁଣି ମୁସ୍କିଲରେ ସଲମାନ

22

ଚିଙ୍କାରା ମାମଲାକୁ ନେଇ ବଲିଉଡ ଅଭିନେତା ସଲମାନ ଖାନ ପୁଣି ଥରେ ଅଡୁଆରେ ଫସିଛନ୍ତି । ଚିଙ୍କାରା ହରିଣ ଶୀକାର ମାମଲାରେ ଯୋଦ୍ଧପୁର ହାଇକୋର୍ଟରୁ ସଲମାନ ନିର୍ଦ୍ଦୋଷରେ ଖଲାସ ହୋଇ ଯାଇଥିଲେ । କିନ୍ତୁ ହାଇକୋର୍ଟର ଏଇ ରାୟ ବିରୋଧରେ ରାଜସ୍ଥାନ ସରକାର ସୁପ୍ରୀମକୋର୍ଟର ସହାୟତା ନେଇଛନ୍ତି । ଏନେଇ ସୁପ୍ରୀମକୋର୍ଟର ମଞ୍ଜୁରୀ ମଧ୍ୟ ମିଳି ଯାଇଛି ବୋଲି ଜଣାପଡିଛି ।

ସୂଚନାରୁ ପ୍ରକାଶ ରାଜସ୍ଥାନ ସରକାର ଏଇ ମାମଲାକୁ ନେଇ ସଲମାନଙ୍କ ବିରୋଧରେ ସୁପ୍ରୀମକୋର୍ଟରେ ଅପିଲ କରିଥିଲେ । ଏବେ ଏଇ ମାମଲାର ଶୁଣାଣି ପାଇଁ ସୁପ୍ରୀମକୋର୍ଟ ପ୍ରସ୍ତୁତ । ସଲମାନଙ୍କ ପ୍ରତିକ୍ରିୟା ଜାଣିବା ପାଇଁ ଏକ ନୋଟିସ ମଧ୍ୟ ଜାରି କରିଛି ସୁପ୍ରୀମକୋର୍ଟ । ସୁପ୍ରୀମକୋର୍ଟ ଜଲଦି ଏହି ପ୍ରକ୍ରିୟା ଆରମ୍ଭ କରିଦେବ ବୋଲି ଜଣାପଡିଛି ।