ଚମକାଇ ଦେଲେ ଚୀନ୍ ବୈଜ୍ଞାନିକ ! ମାତୃଗର୍ଭ ନୁହେଁ ଲ୍ୟାବରେ ସୃଷ୍ଟି ହେଲେ ଜୀବନ୍ତ ମାଙ୍କଡ

51

କନକ ବ୍ୟୁରୋ : ମାତୃଗର୍ଭ ବାହାରେ ବି ସୃଷ୍ଟି ହୋଇପାରେ ଜୀବନ । ଏବେ ବୈଜ୍ଞାନିକ ମାନଙ୍କ ଗବେଷଣାରୁ ଏଭଳି କିଛି ଆଶା ସୃଷ୍ଟି ହୋଇଛି । କାହିିଁକି ନାଁ ଚୀନରେ ଜନ୍ମ ନେଇଛନ୍ତି ପଥମ କ୍ଲୋନ ମାଙ୍କଡ । ଅର୍ଥାତ ମାତୃଗର୍ଭରୁ ନୁହେଁ ବରଂ ବୈଜ୍ଞାନିକଙ୍କ ଲାବୋରାଟୋରି ଭିତରେ ମାଙ୍କଡ ଦୁଇଟିକୁ ସୃଷ୍ଟି କରାଯାଇଛି । ସେପଟେ ବିଜ୍ଞାନ କହୁଛି ମାଙ୍କଡ ଓ ମଣିଷଙ୍କ ଶାରୀରିକ ଗଠନରେ ଅନେକ ସମାନତା ରହିଛି । ଏଣୁ ଆଗକୁ ମଣିଷର କ୍ଲୋନିଂ ସମ୍ଭବ ହେବାର ସମ୍ଭାବନା ରହିଛି ।

ଲାବରାଟୋରିରେ ସୃଷ୍ଟି ହୋଇଥିବା ଦୁଇ ମାଙ୍କଡଙ୍କ ନାଁ ହେଲା ଜୁଙ୍ଗ ଜୁଙ୍ଗ ଓ ହ୍ୱା ହ୍ୱା । କ୍ଲୋନିଂ ମାଦ୍ୟରେ ଜନ୍ମ ନେଇଥିବା ଦୁଇ ମାଙ୍କଡ ବେଶ ମଜାରେ ଖେଳକୁଦ ବି କରୁଛନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୁଇ ମାଙ୍କଡ ମାତୃ ଗର୍ଭରୁ ଜନ୍ମ ନେଇ ନାହଁନ୍ତି । ଚୀନର ସିଂହାଇରେ ବୈଜ୍ଞାନିକ ମାନେ ଟିସୁ ଓ ଡିଏନଏକୁ ବ୍ୟବହାର କରି ଏହି ଦୁଇ ମାଙ୍କଡଙ୍କୁ ଜନ୍ମ ଦେଇଛନ୍ତି । ଅର୍ଥାତ ଲାବୋରୋଟୋରୀରେ ଏକ ନିୟନ୍ତ୍ରିତ ପରିବେଶରେ ଟିସୁ ଓ ଡିଏନକୁ ବ୍ୟବହାର କରି ଏହି ମାଙ୍କଡ ଦୁଇଟିକୁ ସୃଷ୍ଟି କରାଯାଇଛି ।

 

ଜାଣନ୍ତୁ କେମିତି କୁତ୍ରିମ ଉପାୟରେ ଜୀବନର ସୃଷ୍ଟି କରିଛନ୍ତି ବୈଜ୍ଞାନିକ?
– ପ୍ରଥମେ ଟିସୁର ନିୟୁକ୍ଲିଅସ ଓ ଡିଏନକୁ ସ୍ଥାନାନ୍ତର କରାଗଲା ।
– ଆଉ ଏକ ଅଣ୍ଡକୋଷରୁ ନ୍ୟୁକ୍ଲିଅସକୁ ଅଲଗା କରାଗଲା ।
– ଏହାପରେ ସ୍ଥାନାନ୍ତର ହୋଇଥିବା ଡିଏନଏକୁ ଅଣ୍ଡକୋଷ ଭିତରେ ରୋପଣ କରାଗଲା ।
– ଏହାକୁ ମାଙ୍କଡର ଗର୍ଭାଶୟରେ ସ୍ଥାପନ କରାଗଲା ।
– ଫଳରେ ଧିରେ ଧିରେ ମାଙ୍କଡ ଛୁଆଙ୍କ ଶରୀର ତିଆରି ହେଲା ।

୨୦ ବର୍ଷ ତଳେ କ୍ଲୋନ ମେଣ୍ଢା ଡଲିକୁ ତିଆରି କରିଥିଲେ ଗବେଷକ । ଏହାପରେ ମୂଷା,ଘୁଷୁରି ଭଳି ଜୀବଙ୍କ ଉପରେ ଏହି ପରୀକ୍ଷଣ କରାଯାଇଛି । କିନ୍ତୁ ପ୍ରଥମ ଥର କ୍ଲୋନ ମାଙ୍କଡ଼ ତିଆରି ହେବା ପରେ ଗବେଷଣା କେନ୍ଦ୍ରରେ ମଣିଷ ଜୀବନର ସଂରଚନା ପାଇଁ ନୂଆ ଆଶା ସୃଷ୍ଟି ହୋଇଛି । କାହିଁକି ନା ବିଜ୍ଞାନ ବି କହୁଛି ମାଙ୍କଡଙ୍କ ପ୍ରଜାତିରୁ ମଣିଷଙ୍କ ସୃଷ୍ଟି ହୋଇଛି । ଆଗକୁ ଏହି ମାଙ୍କଡ ଉପରେ ମେଡିକାଲ ସାଇନ୍ସ ସମ୍ପର୍କୀତ କିଛି ଗବେଷଣା କରିବା ଲକ୍ଷ ରଖିଛନ୍ତି ଗବେଷକ ।