ଏଥର ମାର୍କେଟରେ ଜମିଲା ସ୍ୱଦେଶୀ ରାକ୍ଷୀର ଆସର : ଦେଶର ହିତକୁ ସାମନାରେ ରଖି ଚାଇନିଜ୍ ରାକ୍ଷୀକୁ ବାସନ୍ଦ କଲେ ଦୋକାନୀ

31

ଭାଇ-ଭଉଣୀର ପବିତ୍ର ସଂପର୍କର ପର୍ବ ରାକ୍ଷୀ ରବିବାର ଦିନ ଉତ୍ସାହପୂର୍ବକ ପାଳନ କରାଯିବ । ଗତ ବର୍ଷ ସ୍ୱଦେଶୀ ସଂଗ୍ରାମ ତଥା ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ କାରଣରୁ ସାଧାରଣ ଲୋକ ଚାଇନିଜ୍ ରାକ୍ଷୀକୁ ବାସନ୍ଦ କରିଥିଲେ ଯାହା ଦ୍ୱାରା ଏଥର ଦୋକାନୀମାନେ ହିଁ ଚାଇନିଜ୍ ରାକ୍ଷୀ ଅର୍ଡର କରି ନାହାଁନ୍ତି ।

ଗତ ବର୍ଷ ରାକ୍ଷୀ ବିକ୍ରି କରୁଥିବା ଦୋକାନୀ ମଧ୍ୟ ଦେଶର ହିତକୁ ସାମନାରେ ରଖି ଚାଇନିଜ୍ ସାମଗ୍ରୀ ବଦଳରେ ଦେଶରେ ତିଆରି ରାକ୍ଷୀ ବିକ୍ରି କରିଥିଲେ । ଏବଂ ଏଥର ମଧ୍ୟ ସମସ୍ତ ବଜାର କୋଲକାତା, ରାଜସ୍ଥାନ ତଥା ଗୁଜରାଟରେ ତିଆରି ରାକ୍ଷୀ ଦ୍ୱାରା ସଜା ହୋଇଛି । ଚାଇନିଜ୍ ରାକ୍ଷୀ ଅପେକ୍ଷାକୃତ ଶସ୍ତା ତଥା ଅଧିକ ଆକର୍ଷକ ହୋଇଥାଏ । କିନ୍ତୁ ଦେଶରେ ତିଆରି ରାକ୍ଷୀ ସହିତ ଲୋକଙ୍କ ଭାବନା ଜଡିତ ଅଛି, ଯାହା କାରଣରୁ ଦୋକାନୀମାନେ ମଧ୍ୟ ଦେଶରେ ତିଆରି ରାକ୍ଷୀ ବ୍ରିକି କରିବା ପ୍ରତି ଉତ୍ସାହିତ ହେଉଛନ୍ତି ।

ଏଥର ମାର୍କେଟରେ ଏଣ୍ଟିକ୍ ଡିଜାଇନ୍, ମେଟାଲ ତଥା ଷ୍ଟୋନ୍ ରାକ୍ଷୀ ବହୁତ ପ୍ରଚଳିତ । ବଜାରରେ ବିଶେଷ ରୂପରେ ଲାଇଟ୍ ଏବଂ ସାଉଣ୍ଡ ରାକ୍ଷୀ ବହୁତ ବିକ୍ରି ହେଉଛି । ମୋଟାମୋଟି ଭାବେ କହିବାକୁ ଗଲେ ପୁଣି ଭାରତର କବଜାରେ ରାକ୍ଷୀ ବଜାର ।