ପୁରୁଷ ହୋଇ ଝିଅ ପୋଷାକରେ ୨୦ ବର୍ଷ ! ନିଜ ମା’ଙ୍କୁ ଖୁସି କରିବା ପାଇଁ ଅଭିନବ ପ୍ରୟାସ

42

ଚୀନ୍ : ଆଜିକାଲି ମହିଳାଙ୍କ ପରି ପୋଷାକ ପିନ୍ଧିବା ସେମିତି କିଛି ଅଜବ କଥା ନୁହେଁ । କିନ୍ତୁ ଚୀନର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଗତ ୨୦ ବର୍ଷ ହେଲା ଝିଅଙ୍କ ପରି ପୋଷାକ ପିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି । କାରଣ ଏଥିରେ ତାଙ୍କ ମା’ ଖୁବ୍ ଖୁସି ଅଛନ୍ତି । ଚୀନର ଏହି ବ୍ୟକ୍ତି ଜଣକ କାହାଣୀ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ଘଟଣା ଚୀନର ଗ୍ୱାଙ୍ଗଜି ଅଂଚଳର ଗୁଇଲିନ୍ ସହରର । ପୁରୁଷ ଜଣକ ନାମ ଏଥିରେ ପ୍ରକାଶ କରାଯାଇନାହିଁ । ମା’କୁ ଜୀବିତ ରଖିବାକୁ ସେ ୨୦ ବର୍ଷ ହେଲା ଏପରି କରିଆସୁଛନ୍ତି । ୨୦ ବର୍ଷ ତଳେ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କ ମା’ଙ୍କୁ ଖୁବ୍ ମାନସିକ ଆଘାତ ଲାଗିଥିଲା । ମା’ଙ୍କ ଜୀବନ ରକ୍ଷା କରିବା ପାଇଁ ତାଙ୍କୁ ତାଙ୍କ ଭଉଣୀ ରୂପରେ ଆସିବାକୁ ପଡିବ ବୋଲି ଜଣେ ବନ୍ଧୁ ପରାମର୍ଶ ଦେଇଥିଲେ । ଏହାପରେ ସେହି ବ୍ୟକ୍ତି ଜଣକ ତାଙ୍କ ଭଉଣୀଙ୍କ ଡ୍ରେସ୍ ପିନ୍ଧି ମା’ଙ୍କ ସମ୍ମୁଖକୁ ଆସିଥିଲେ । ଏଥିରେ ତାଙ୍କ ମା’ ଖୁବ୍ ଖୁସି ହୋଇଯାଇଥିଲେ ।

ସେବେଠାରୁ ସେ ମା’ଙ୍କୁ ଖୁସି ରଖିବା ପାଇଁ ଝିଅଙ୍କ ପରି ପୋଷାକ ପିନ୍ଧି ଆସୁଛନ୍ତି । ଏବେ ତାଙ୍କ ପାଖରେ ପୁରୁଷଙ୍କ ପୋଷାକ ବି ନାହିଁ । ସେ ପୂରା ଦିନ ସେମିତି ଝିଅଙ୍କ ପରି ପୋଷାକ ପିନ୍ଧି ବୁଲୁଛନ୍ତି । ଏଥିରେ ସେ ଖୁସି ଅଛନ୍ତି । କାରଣ ଏହାଦ୍ୱାରା ତାଙ୍କ ମା’ ଖୁସି ଅଛନ୍ତି ବୋଲି ସେ କୁହନ୍ତି ।

( ସୈାଜନ୍ୟ – ଦ ଟେଲିଗ୍ରାଫ୍ )