ବରକୁ ଉଠାଇ ଆଣିଲା କନ୍ୟା ! ଜାଣନ୍ତୁ କେଉଁଠି ଓ କାହିଁକି ?

48

ଭାରତରେ ବର ଘୋଡାରେ କିମ୍ବା କାରରେ ବସି ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚି ଧୁମଧାମରେ ବିବାହ କରି କନ୍ୟାକୁ ସାଙ୍ଗରେ ନେଇ ନିଜ ଘରକୁ ଆଣିବା କଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ କନ୍ୟାକୁ ବରଯାତ୍ରୀ ନେଇ ବର ସହ ବିବାହ କରିବା ଖବର ଶୁଣିଛନ୍ତି । ଯଦିଓ ଶୁଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଚୀନରେ ଜଣେ କନ୍ୟା ବସ୍ ଚଳାଇ ନିଜ ବିବାହ ଉତ୍ସବରେ ଯାଇ ପହଞ୍ଚିଥିଲା। ଏଭଳି କରିବା ପଛର କାରଣ ହେଉଛି କନ୍ୟା ନିଜ ବିବାହକୁ ଏକ ଭିନ୍ନ ଶୈଳୀରେ ଆୟୋଜନ କରିବାକୁ ଚାହୁଁଥିଲେ। କେବଳ ଏତିକି ନୁହେଁ ବରକୁ ନେବା ପାଇଁ ବି ରାସ୍ତାରେ ସେ ବସକୁ ମଧ୍ୟ ଅଟକାଇ ଥିଲେ। ଏହି ବସରେ ଦୁହେଁ ସାଥୀ ହୋଇ ବିବାହ ମଣ୍ଡପରେ ପହଞ୍ଚିଥିଲେ।ଚୀନର ପିପୁଲ୍ସ ଡେଲି ଏହି ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ କନ୍ୟା କହୁଛନ୍ତି, ମୁଁ ପେସାରେ ଜଣେ ବସ୍ ଚାଳକ। ବି୬୦୧ ଏକ୍ସପ୍ରେସ୍ ବସର ମୁଖ୍ୟ ଚାଳକ। ମିନିମମ କାର୍ବନ୍ ହେତୁ ଗ୍ରିନ୍ ଟ୍ରେବଲରେ ଯାତ୍ରା କରିବାକୁ ପସନ୍ଦ କରେ। ସେଥିପାଇଁ ମୁଁ କାର୍ ବଦଳରେ ବସରେ ଯିବାକୁ ସ୍ଥିର କରିଥିଲି। ଏପଟେ କନ୍ୟାଙ୍କ ବର ମଧ୍ୟ ତାଙ୍କ ଭାବି ପତ୍ନୀଙ୍କୁ ବସ୍ ଚଳାଉଥିବା ଦେଖି ବହୁତ ଖୁସି ନଜର ଆସୁଛନ୍ତି।