ସୁଧୁରିବନି ଚୀନ । ଗୋଟିଏ ପଟେ ଜାମ୍ମୁରେ ଆକାଶ ମାର୍ଗରେ ଓ ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ କଲା ଅନୁପ୍ରବେଶ

40

କନକ ବ୍ୟୁରୋ: ଭାରତ ଓ ଚୀନ ମଧ୍ୟରେ ଲାଗିରହିଥିବା ଡୋକଲାମ ବିବାଦପରେ ପୁଣିଥରେ ଭାରତୀୟ ସୀମାକୁ ପ୍ରବେଶ କରିଛି ଚୀନ ସେନା । ଏଥର ଚୀନ ପକ୍ଷରୁ ଏକାଥରକେ ଭାରତୀୟ ସୀମାରେ ୨ ଥର ପ୍ରବେଶ କରିଥିବା ସୂଚନା ମିଳିଛି । ଜାମ୍ମୁକାଶ୍ମୀରର ଲେ ଲଦାଗ ଅଚଂଳରେ ଭାରତୀୟ ଆକାଶ ସୀମା ମଧ୍ୟକୁ ଅନୁପ୍ରବେଶ କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଭାରତୀୟ ସୀମାରେ ଚୀନ ସୈନ୍ୟମାନଙ୍କୁ ଦେଖାଯାଇଥିବା ସୂଚନା ମିଳିଛି । ଭାରତୀୟ ତୀବତ ପୋଲିସ(ଆଇଟିବିପି)ର ରିପୋର୍ଟ ଅନୁସାରେ ଚୀନର ୨ଟି ହେଲିକପ୍ଟର ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିଥିଲା ।

 

ତେବେ ୨ଟି ହେଲିକପ୍ଟର ସକାଳ ୯ ସମୟରେ ହିଁ ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିଲେ । ଏହାସହ ସେହି ହେଲିକପ୍ଟର ଏମଆଇ-୧୭ ପରି ଦେଖାଯାଉଥିଲେ । ପାଖାପାଖି ୫ ମିନିଟ ସମୟ ସେମାନେ ଭାରତୀୟ ଆକାଶ ସୀମାରେ ରହିଥିଲେ । ମିଳିଥିବା ସୂଚନା ଅନୁସାରେ ଯେଉଁ ସ୍ଥାନରେ ସେମାନେ ଅନୁପ୍ରବେଶ କରିଥିଲେ ତାହା ଭାରତୀୟ ସେନାଙ୍କ ପାଇଁ ଋଣକୌଶଳ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମଧ୍ୟ । ତେଣୁ ଏପରି ସ୍ଥାନକୁ ବାହାର ଦେଶର କୌଣସି ବିମାନ ଯିବା ଭାରତୀୟ ସୁରକ୍ଷା ଦୃଷ୍ଟିରୁ ଆଦୌଠିକ ନୁହେଁ । କାରଣ ଭାରତର ଋଣକୌଶଳ ସମ୍ପର୍କରେ କିଛି ତଥ୍ୟ ଜାଣିବା ପାଇଁ ହୁଏତ ସେମାନେ ଇଚ୍ଛା ରଖିଥାଆନ୍ତି । ତେଣୁ ସେନା ପକ୍ଷରୁ ଏହାକୁ ସହଜରେ ଗ୍ରହଣ କରାଯାଇ ନାହିଁ । କେବଳ ଏତିକି ନୁହେଁ ଅରୁଣାଚଳ ପ୍ରଦେଶରେ ମଧ୍ୟ ଚୀନର ସୈନ୍ୟ ସୀମା ମଧ୍ୟକୁ ପ୍ରବେଶ କରୁଥିବାରୁ ସୁରକ୍ଷା ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହେଉଛି ।