ତିବତ ସୀମାରେ ଚୀନର ଶକ୍ତି ପ୍ରଦର୍ଶନ ! ଯୁଦ୍ଧାଭ୍ୟାସ କଲା ପିପୁଲସ୍ ଲିବରେସନ୍ ଆର୍ମି

67

କନକ ବ୍ୟୁରୋ: ଚୀନ ପୁଣି ଦେଖାଇଛି ଶକ୍ତି । ତିବତ ସୀମାରେ ଯୁଦ୍ଧାଭ୍ୟାସ କରିଛି ଚୀନର ପିପୁଲସ୍ ଲିବରେସନ୍ ଆର୍ମି ବା ପିଏଲଏ । ଚୀନ ମିଡିଆ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ତିବତ ସୀମାରେ ପିଏଲଏ ଯୁଦ୍ଧାଭ୍ୟାସ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ସେନାର କ୍ଷମତାକୁ ବଢାଇବା । ଯୁଦ୍ଧ ଅଭ୍ୟାସ ନେଇ ଚୀନର ସେଂଟ୍ରାଲ୍ ଟେଲିଭିଜନ ଏକ ଭିଡିଓ ବି ଜାରି କରିଛି ।

ଏହି ଭିଡିଓ ଗତମାସ କରାଯାଇଥିବା ଅଭ୍ୟାସ ଭିଡିଓଠାରୁ ଅଲଗା ରହିଛି । ଏହି ଭିଡିଓରେ ତୋପ, ଆଂଟି ଟ୍ୟାଙ୍କ ଗ୍ରେନେଡ ସହିତ ରାଡାର ୟୁନିଟ୍ ଦେଖାଯାଇଛି । ପ୍ରଥମ ଭିଡିଓରେ ପିପୁଲସ୍ ଲିବରେସନ୍ ଆର୍ମିର ୯୬ ଯୁଦ୍ଧ ଟ୍ୟାଙ୍କକୁ ପ୍ରଦର୍ଶିତ  କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଅଭ୍ୟାସ କରୁଥିବା ଏହି ବ୍ରିଗେଡ ଫ୍ରଟଲାଇନ କଂବେଟ ମିଶନ ପାଇଁ ଜଣାଯାଇଥାଏ ।