ଭାରତକୁ ଚିନ୍ତାରେ ପକାଇଛି ଚୀନ : ମାଲଦ୍ୱୀପରେ ଜଏଂଟ ଅବଜରଭେଟୋରି ପ୍ରତିଷ୍ଠା କରିବା ପାଇଁ ଚଳାଇଛି ଉଦ୍ୟମ

43

କନକ ବ୍ୟୁରୋ : ଭାରତ ପାଇଁ ଚିନ୍ତା ବଢାଉଛି ଚୀନ । ସୀମା ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଥିବା ବେଳେ ଏବେ ଭାରତ ମହାସାଗର ନିଜ ଉପସ୍ଥିତି ଜାହିର କରିବାର ଯୋଜନା କରୁଛି ଚୀନ । ଚୀନ ମାଳଦ୍ୱୀପରେ ମହାସାଗରୀୟ ପରୀକ୍ଷାଗାର ପ୍ରତିଷ୍ଠା କରିବା ନେଇ ଯୋଜନା କରୁଛି । ଏଠାରେ ସବମେରାଇନ୍ ବା ବୁଡା ଜାହାଜ ପାଇଁ ମଧ୍ୟ ବେସ୍ ରହିବ ବୋଲି କୁହାଯାଉଛି । ମାଳଦ୍ୱୀପର ମକୁନୁଧୁ ଅଂଚଳରେ ଏହି ଗବେଷଣାଗାର ପ୍ରତିଷ୍ଠା କରିବା ପାଇଁ ଚୀନ ଉଦ୍ୟମ କରୁଥିବା କୁହାଯାଉଛି । ଏହି ଅଂଚଳ ଭାରତ ଭୂଖଣ୍ଡଠାରୁ ବେଶୀ ଦୂର ନୁହେଁ । ଏହି ଗବେଷଣାଗାର ପ୍ରତିଷ୍ଠା ହେଲେ ଭାରତ ମହାସାଗରର ପ୍ରମୁଖ ଜଳପଥରେ ଚୀନକୁ ଏକ ସ୍ଥାନ ମିଳିବ । ଫଳରେ ଭାରତୀୟ ଜଳସୀମାରେ ବେଶ୍ ନିକଟରେ ପହଂଚି ଯିବ ଚୀନ । ଏହା ଭାରତ ପାଇଁ ଏକ ବଡ ଚିନ୍ତାର କାରଣ ହେବ । ଗତ ବର୍ଷ ଚୀନ ଓ ମାଳଦ୍ୱୀପ ମଧ୍ୟରେ ଏନେଇ ଏକ ଚୂକ୍ତି ସ୍ୱାକ୍ଷର ହୋଇଛି । ତେବେ ଏହା କାର୍ଯ୍ୟକାରୀ ହେଲେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଥିବା ଦୀର୍ଘକାଳୀନ ପ୍ରତିରକ୍ଷା ଚୁକ୍ତିକୁ ଏକ ବଡ ଧରଣ ଝଟକା ହେବ ବୋଲି କୁହାଯାଉଛି ।

ସେହିପରି ମାଳଦୀପର ମୁଖ୍ୟ ବିରୋଧୀ ଦଳ ର ଜଣେ ନେତା କହିଛନ୍ତି  ଯେ ଚୀନର ଏହି ଉଦ୍ୟମ ଯେପରି ସଫଳ ହୋଇ ନ ପାରିବ ସେଥିପାଇଁ ଭାରତ ସୁନିଶ୍ଚିତ କରିବା କଥା । ଏହା ହେଲେ ଭାରତକୁ ଘେରିବା ପାଇଁ ଚୀନ ଅଧିକ ସୁଯୋଗ ପାଇବ । କେବଳ ସେହତିକି ନୁହେଁ,  ଭାରତ ଓ ମାଳଦୀପ ମଧ୍ୟରେ ପାରମ୍ପରିକ ସୁରକ୍ଷା  ଚୁକ୍ତିି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବ ବୋଲି ନେତା ଜଣକ ସତର୍କ କରି ଦେଇଛନ୍ତି ।