ଚନ୍ଦ୍ରରେ ପ୍ରଥମ ଥର ପାଇଁ କପା ଗଛ ଉଠାଇଲା ଚୀନ୍ ! ଏବେ ଆଳୁ ରୋପଣ ପାଇଁ ପ୍ରସ୍ତୁତି

217

କନକ ବ୍ୟୁରୋ : ଚନ୍ଦ୍ରରେ କପା ମଞ୍ଜି ଅଙ୍କୁରିତ କରିବାରେ ସଫଳତା ହାସଲ କଲା ଚୀନ । ଚୀନ ତରଫରୁ ପଠାଯାଇଥିବା  ମହାକାଶ ଯାନ ରୋୱର ଚାଙ୍ଗୀ-୪ରେ କପା ମଞ୍ଜି ଅଙ୍କୁରିତ ହୋଇଛି । ତେବେ ଏପରି ପ୍ରୟାସ କରିବାରେ ଚୀନ ପ୍ରଥମ ଦେଶ ହୋଇଛି । ବୈଜ୍ଞାନିକମାନେ ଏନେଇ ସୂଚନା ଦେଇଛନ୍ତି । ଏବଂ ଖୁବ ଶୀଘ୍ର ଚନ୍ଦ୍ରରେ ଆଳୁ ଗଛ ଉଠାଇହେବ ବୋଲି ଆଶା କରୁଛନ୍ତି ।

ସୂଚନାଯୋଗ୍ୟ ଦେଶର ଚନ୍ଦ୍ର ଅଭିଯାନର ଅଂଶ ସ୍ୱରୂପ ଚୀନ୍ ଚନ୍ଦ୍ରରେ ପ୍ରଥମେ ବୃକ୍ଷ ରୋପଣ କରିଥିବା କଥା ଦାବି କରିଛି । ଜାନୁଆରି ୧୨ ତାରିଖରେ ପଠାଯାଇଥିବା ଫଟୋଚିତ୍ରରେ ଦେଖାଯାଉଛି ପରୀକ୍ଷାମୂଳକ ଭାବେ ୯ ଦିନ ପରେ ମଞ୍ଜିରୁ ଗଜା ସବୁ ଭଲ ଭାବେ ବଢୁଛି । ସୂଚନା ଅନୁସାରେ ଏହି ଗଛ ଏକ ଡବା ଭିତରେ ଜାଲିନୁମା ଛାଂଚାରେ ବଢ଼ୁଛି ।  କପା ମଞ୍ଜିରୁ ପ୍ରଥମେ ସବୁଜ ପତ୍ର ବାହାରି ଥିବା କଥା ବୈଜ୍ଞାନିକମାନେ କହିଛନ୍ତି। ପାଣି ଓ ମାଟିରେ ଭରା ଏକ ଡବା ପଠାଯାଇଥିଲା ।

ଚୋଙ୍ଗକିଙ୍ଗ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍ କହିଛନ୍ତି ନିର୍ଜୀବ ଚନ୍ଦ୍ରରେ ଏହି ପରୀକ୍ଷା ପ୍ରଥମ କରି ଉଦ୍ଭିଦର ଗଜା କରାଇଛି । ତୁଳା, କାନୋଲା, ବିଲାତିଆଳୁ, ଅରବିଡୋପିସ୍, ଇଷ୍ଟ୍ ଏବଂ ଫଳ ମାଛି ଆଦି ନେଇ ବାୟୋପ୍ସି ଟେଷ୍ଟ୍ ଲୋଡ୍ ଯାଇଥିଲା । ଉକ୍ତ ମଞ୍ଜିଗୁଡ଼ିକୁ ଅତିମାତ୍ରାରେ ପବନଶୂନ୍ୟତା, ତାପମାତ୍ରା ତାରତମ୍ୟ, ଏବଂ କଡ଼ା ବିକିରଣ ପ୍ରଭୃତି ଅବସ୍ଥାରେ ପାଗ କରାଯାଇଥିଲା । ତେବେ ମିଳିଥିବା ଫଟୋଚିତ୍ର ଅନୁସାରେ କେବଳ କନପାଗଛ ଅଙ୍କୁରିତ ହୋଇଛି । ଅନ୍ୟ କୌଣସି ମଞ୍ଜି ଅଙ୍କୁରିତ ହେବାର ସୂଚନା ନାହିଁ ।