ରହସ୍ୟମୟ ସ୍ତୁପ ପଛର ଛାତିଥରା କାହାଣୀ : ଯେଉଁଠି ରାତି କାଟିଲେ ଫେରେନି ଜୀବନ

57

ଭାରତୀୟ ଲୋକମାନେ ଦେବାଦେବୀଙ୍କୁ ବହୁତ ବିଶ୍ୱାସ କରନ୍ତି । ଏଥିଯୋଗୁଁ ଭାରତୀୟମାନେ ଆତ୍ମାର ଅବସ୍ଥିତିକୁ ମଧ୍ୟ ମାନନ୍ତି । ଏହାସହ କିଛି ଲୋକ ଭୂତ ପ୍ରେତରେ ମଧ୍ୟ ବିଶ୍ୱାସ କରିଥାନ୍ତି । ଭାରତରେ ଅନେକ ଏପରି ସ୍ଥାନ ଅଛି ଯେଉଁଠି ଭୂତ ପ୍ରେତର କାହାଣୀ ଶୁଣିବା ପାଇଁ ମିଳେ , ଏବଂ ସେଠାରେ କିଛି ରହସ୍ୟ ଥାଏ ଯାହା ଆଜି ଯାଏ ଅଜଣା ହୋଇ ରହିଛି ।

ଏମିତି ଏକ କାହାଣୀ ଅଛି ଚୀନର ଚୋରଟେନ କାଙ୍ଗରେ ଅବସ୍ଥିତ ଏକ ସ୍ତୁପର । ଯାହାକୁ ତିଦ୍ଦତୀୟ ମାନେ ଏପରି ନାମକରଣ କରିଛନ୍ତି । ଏହାକୁ ଯମ ଲୋକର ରାସ୍ତା ମଧ୍ୟ କୁହାଯାଏ । କାରଣ ଏଠାରେ  ଭୁଲରେ ଯଦି କେହି ରାତିରେ ରହିଯାଏ ସେ ଆଉ ସେଠାରୁ ଫେରେନାହିିଁ ବୋଲି ଚାଞ୍ଚଲ୍ୟକର ଖବର ପ୍ରକାଶ କରିଛି ଦୈନିକ ଜାଗରଣ ।

ଚୀନର ସ୍ୱାୟତ କ୍ଷେତ୍ର ତିଦ୍ଦତର ଦାରଚେନରୁ ପ୍ରାୟ ୩୦ ମିନିଟ ଦୂରରେ ଏହି ସ୍ଥାନ ଅବସ୍ଥିତ । ଯାହାକି କୈଳାଶ ଯିବା ରାସ୍ତାରେ ପଡେ । ହିନ୍ଦୁ ମାନ୍ୟତା ଅନୁସାରେ ଏହି ସ୍ଥାନକୁ ଯମରାଜଙ୍କ ଘରକୁ ରାସ୍ତା କୁହାଯାଏ ।

ଏହି ସ୍ତୁପକୁ କିଏ ତିଆରି କରିଛି ଆଜି ଯାଏ ତାହା ଜଣା ପଡିନାହିଁ । ଏବଂ ଏହା ସହ ଯୋଡି ହୋଇଥିବା ରହସ୍ୟ ମଧ୍ୟ ଏଯାଏଁ ଉନ୍ମୋଚନ ହୋଇପାରି ନାହିଁ । ଏଇ ଘଟଣା ଅନ୍ଧବିଶ୍ୱାସକୁ ବଢାଇବା ଉଦ୍ଦେଶ୍ୟରେ କୁହାଯାଉ ନାହିଁ । ଏମିତି କିଛି ଘଟଣା ଅଛି ଯାହା ଆଜି ଯାଏ ବିଜ୍ଞାନ ମଧ୍ୟ ସମାଧାନ କରିପାରି ନାହିଁ ।