ସମୁଦ୍ରରେ ଭାସୁଛି ତେଲ ! ଚେନ୍ନାଇ ନିକଟସ୍ଥ ଏନୋର ବନ୍ଦରରେ ଦୁଇଟି ମାଲବାହୀ ଜାହାଜ ମୁହାଁମୁହିଁ

22

କନକ ବ୍ୟୁରୋ: ଚେନ୍ନାଇ ନିକଟସ୍ଥ ସମୁଦ୍ରରେ ଭାସୁଛି ତେଲ । ଏନୋର ବନ୍ଦରରେ ଦୁଇଟି ମାଲବାହୀ ଜାହାଜ ମୁହାଁମୁହିଁ ହେବାଫଳରେ ସମୁଦ୍ରରେ ତେଲ ଭାସୁଥିବା ସୂଚନା ମିଳିଛି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି । ସମୁଦ୍ରକୁ ତେଲ ମୁକ୍ତ କରିବା ପାଇଁ ୧୧ଶହ ଲୋକଙ୍କୁ ନିୟୋଜିତ କରାଯାଇଛି । ସମୁଦ୍ରଜଳରେ ପ୍ରାୟ ୨୦ ମେଟ୍ରିକ୍ ଟନ ତେଲ ମିଶିଥିବା ଜଣାପଡିଛି । ୫ ଦିନ ଧରି ତେଳ ନିଷ୍କାସନ ପଦ୍ଧତି ଚାଲୁରହିଥିଲେ ବି ସ୍ଥିିତି ସୁଧୁରିବାର ନାଁ ଧରୁନାହିଁ । ଯାହାଫଳରେ ବିରୋଧୀ ଦଳ ଡିଏମକେ ଏହାକୁ ନେଇ ରାଜ୍ୟ ସରକାରଙ୍କୁୁ ଟାର୍ଗେଟ କରିଛି ।

୨୮ ଜାନୁୟାରୀ ସକାଳେ ଦୁଇଟି ଜାହାଜ ମଧ୍ୟରେ କଡା ଟକ୍କର ହୋଇଥିଲା । ଏହି ଟକ୍କର ଫଳରେ ମରିନା ବିଚରେ ଓ ବସନ୍ତ ନଗର ବିଚରେ ପ୍ରବଳ ତେଳ ଭାସୁଥିବାର ଦେଖିବାକୁ ମିଳିଥିଲା । ପରିବେଶବିତମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସମୁଦ୍ରରେ ପାଖାପାଖି ୫୦୦ ପ୍ରଜାତିର ମାଛ ଓ ସାମୁଦ୍ରିକ ଜୀବ ରହୁଥିବାରୁ ଏମାନଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ଏହାଛଡା ଆଗାମୀ ଭବିଷ୍ୟତରେ ଖାଦ୍ୟ ଶୃଂଖଳା ଉପରେ ମଧ୍ୟ ପ୍ରଭାବ ପଡିବ ବୋଲି ପରିବେଶବିତ କହିଛନ୍ତି ।