ଆମେରିକାର ଅଣ୍ଡରୱାଟର ଡ୍ରୋନ୍ ଫେରାଇବ ଚୀନ୍

23

କନକ ବ୍ୟୁରୋ : ଜବତ ଡ୍ରୋନ୍ ଫେରାଇବ ଚୀନ୍ । ଦକ୍ଷିଣ ଚୀନ ସାଗରର ଅନ୍ତର୍ଜାତୀୟ ଜଳ ସୀମାରୁ ଆମେରିକାର ଏକ ଅଣ୍ଡରୱାଟର ଡ୍ରୋନ ଜବତ ହେବା ପରେ ଚୀନ୍-ଆମେରିକା ମୁହାଁ ମୁହିଁ ହୋଇଛନ୍ତି । ଚୀନ୍ ଏହାକୁ ଚୋରି କରିଥିବା ଅଭିଯୋଗ କରିଛନ୍ତି ଆମେରିକାର ନୂଆ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ । ଯଥାଶୀଘ୍ର ଏହାକୁ ଫେରାଇବାକୁ ଦାବି କରିଛି ପେଂଟାଗନ୍ । ଏହାପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିଲା ।

ଫିଲିପାଇନ୍ସ ଉପକୂଳ ଅଂଚଳରୁ ପ୍ରାୟ ୫୦ ମାଇଲ ଦୂରରେ ଡ୍ରୋନକୁ ଜବତ କରା ଯାଇଥିଲା । ପାଟ୍ରୋଲିଂ ସମୟରେ ଚୀନର ଯୁଦ୍ଧ ଜାହାଜ ଏହି ଡ୍ରୋନ ଜବତ କରିଥିବା ଦାବି କରିଛି । ଅନ୍ୟପଟେ ଆମେରିକା କୁଟନୈତିକ ସ୍ତରରେ ଏହାର ତୀବ୍ର ପ୍ରତିବାଦ କରି, ବେଆଇନ ଭାବେ ଜବତ କରିଥିବା ଡ୍ରୋନକୁ ଚୀନ ତୁରନ୍ତ ହସ୍ତାନ୍ତର କରୁ ବୋଲି ଦାବି କରିଛି ।