ଆଉ ରହିବନି ଅନ୍ଧକାର । ପୃଥିବୀରୁ ହଜିଯିବ ରାତି । ସହରର ଷ୍ଟ୍ରିଟ୍ ଲାଇଟ୍ ବଦଳରେ ଆକାଶରେ ଜହ୍ନ ଦେବ ଆଲୁଅ

182

କନକ ବ୍ୟୁରୋ: ଆଉ ରହିବ ନାହିଁ ଅନ୍ଧାର । ରାତି ହଜିଯିବ । ସବୁ ବେଳେ କେବଳ ଆଲୋକିତ ହେବ ସାରା ପୃଥିବୀ । ଏପରି ଏକ ସମ୍ଭାବନା ସୃଷ୍ଟି କରିଛି ଚୀନ । ଆସନ୍ତା ୨୦୨୦ ସୁଦ୍ଧା ଏପରି ଏକ ଉପଗ୍ରହ ମହାକାଶକୁ ପଠାଇବାର ଯୋଜନା କରିଛି, ଏହା ଆକାଶରେ ଦ୍ୱିତୀୟ ଜହ୍ନ ପରି ଦେଖାଯିବ ଏବଂ ସାରା ଅଂଚଳକୁ ଆଲୋକିତ କରିବ ।

ଆକାଶରେ ଦେଖାଯିବ କୃତ୍ରିମ ଜହ୍ନ । ଚୀନର କରୁଛି ଅଭିନବ ଯୋଜନା । ଦେଶରୁ ହଟିଯିବ ଅନ୍ଧାର । ସହରର ଷ୍ଟ୍ରିଟ୍ ଲାଇଟ୍ ବଦଳରେ ଆକାଶରେ ଜହ୍ନ ଦେବ ଆଲୁଅ । ଏମିତି ଯୋଜନା କରି ପ୍ରସ୍ତୁତି ଆରମ୍ଭ କରିଛି ଚୀନ । ଆସନ୍ତା ୨୦୨୦ ସୁଦ୍ଧା ଷ୍ଟ୍ରୀଟ୍ ଲାଇଟ୍ ଆଉ ଦରକାର ହେବ ନାହିଁ ବୋଲି ଜଣାପଡିଛି । ତେଣୁ ଆଗାମୀ ଦିନରେ ଆଲୋକ ପ୍ରଦାନ କରୁଥିବା ଉପଗ୍ରହ ମହାକାଶକୁ ପଠାଇବ ଚୀନ ।

ଚୀନର ଏକ ଦୈନିକ ଖବରକାଗଜ ଅନୁସାରେ, ଏହି ଉପଗ୍ରହ ସୂର୍ଯ୍ୟ କିରଣକୁ ପ୍ରତିଫଳିତ କରି ସହରକୁ ରାତିରେ ଆଲୋକିତ କରିବ । ଏହା ଚନ୍ଦ୍ର କିରଣଠାରୁ ତିନିଗୁଣ ଉଜ୍ୱଳ ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରଥମ ଉତକ୍ଷେପଣ ସଫଳ ହେଲେ ଚୀନ ମହାକାଶ ଗବେଷଣା ସଂସ୍ଥା ଆଉ ୩ଟି ଏହି ଧରଣର ଉପଗ୍ରହ ମହାକାଶକୁ ପଠାଇବ । ଫଳରେ ସାରା ଦେଶ ରାତିରେ କୃତ୍ରିମ ଚନ୍ଦ୍ର ଆଲୁଅ ପାଇପାରିବ ।

ପୂର୍ବରୁ ୧୯୯୦ ଦଶକରେ ଋଷିଆ ବିଶାଳ ଦର୍ପଣ ସହାୟତାରେ ପ୍ରତିଫଳନ କରି ସୂର୍ଯ୍ୟକିରଣକୁ ପୃଥିବୀରେ ପକାଇବା ପାଇଁ ଉଦ୍ୟମ କରିଥିଲା । ଚୀନର ଏହି ଉଦ୍ୟମ ସଫଳ ହେଲେ ସାରା ବିଶ୍ୱରୁ ଅନ୍ଧାର ହଟାଇବା ପାଇଁ ବାଟ ଫିଟିବ ।