ଆପଣଙ୍କ ହ୍ୱାଟସଆପ ଉପରେ ଚାଇନାର ନଜର ! ଭାରତୀୟ ସେନା ଜାରି କଲା ସତର୍କ ସୂଚନା

31

ଭାରତ ବିରୋଧରେ ଚୀନର ନୂଆ ରଣନୀତି । ଚୀନ ହ୍ୟାର୍କସଙ୍କ ଟାର୍ଗେଟରେ ଭାରତୀୟ ହ୍ୱାଟସଆପ ୟୁଜର୍ସ । ଭାରତୀୟ ହ୍ୱାଟସଆପ ବ୍ୟବହାରକାରୀଙ୍କୁ ଟାର୍ଗେଟ କରୁଛନ୍ତି ଚୀନ ହ୍ୟାକର୍ସ । ଭାରତର ଗୁପ୍ତ ତଥ୍ୟ ଚୋରି କରିବା ପାଇଁ ଚୀନ ନୂଆ ଚାଲ ଖେଳୁଛି । ଏଭଳି ସାଂଘାତିକ ଖବର ଏବେ ସାମ୍ନାକୁ ଆଣିଛି ଭାରତୀୟ ସେନା । ଏନେଇ ଏକ ଭିଡ଼ିଓ ଭାରତୀୟ ସେନା ପକ୍ଷରୁ ଜାରି କରାଯାଇଛି ।

ଭିଡ଼ିଓରେ ଭାରତୀୟ ହ୍ୱାଟସଆପ ବ୍ୟବହାରୀଙ୍କୁ ସତର୍କ କରିଛି ସେନା । ଏଥିପାଇଁ ୟୁଜର୍ସଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛି ଭାରତୀୟ ସେନା । ଏହାସହ ନିୟମିତ ଭାବେ ହ୍ୱାଟସଆପ ଗ୍ରୁପକୁ ଚେକ୍ କରିବାକୁ ପରାମର୍ଶ ଦିଆଯାଇଛି । ଖାସ କରି +୮୬ ଆରମ୍ଭ ନମ୍ବର ଗ୍ରୁପରେ ଦେଖିଲେ ସାବଧାନ ରହିବାକୁ ଏହି ଭିଡ଼ିଓରେ କୁହାଯାଇଛି । ଏହଛଡା ଯଦି ଆପଣ ହ୍ୱାଟସଆପ ଥିବା ସିମ ବଦଳାଉଥାନ୍ତି ତେବେ ଏହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦିଅନ୍ତୁ ନଚେତ ଚୀନ ହ୍ୟାକର୍ସ ଏହା ମାଧ୍ୟମରେ ତଥ୍ୟ ଚୋରି କରିବାର ସମ୍ଭାବନା ରହିଛି ।

ପୂର୍ବରୁ ମଧ୍ୟ ଭାରତୀୟ ସେନା ଏନେଇ ଯବାନ ମାନଙ୍କୁ ସତର୍କ କରିଥିଲା । ଏପରିକି ହ୍ୱାଟସଆପ ଦ୍ୱାରା ଚୀନ ଭାରତର ଗୁପ୍ତ ତଥ୍ୟ ଚୋରି କରୁଥିବା ନେଇ ସନ୍ଦେହ ପ୍ରକାଶ କରିଥିଲା । ଠିକ୍ ଏହାର ଚାରିମାସ ପରେ ସାଧାରଣ ଲୋକଙ୍କୁ ସତର୍କ ରହିବା ପାଇଁ ଭାରତୀୟ ସେନା ଏକ ଭିଡ଼ିଓ ଜାରି କରିଛି ।