ଚରମସୀମାରେ ପଂହଚିଲା ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା

31

କନକ ବ୍ୟୁରୋ: ଚରମ ସୀମାରେ ପଂହଚିଛି ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା । ଯେକୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉତ୍ତର କୋରିଆକୁ ଚେତବାନୀ ଦେଇଛନ୍ତି । ଅନ୍ୟପଟେ ମଧ୍ୟ ଏହି ଚେତାବନୀକୁ ଚାଲେଂଜ କରିଛି ଉତ୍ତର କୋରିଆ । ଉତ୍ତର କୋରିଆର ରାଷ୍ଟ୍ରମୁଖ୍ୟ କିମ୍ ଜଙ୍ଗଧମକ ଦେଇଛନ୍ତି କହିଛିନ୍ତି କି, ‘ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ’ ।

ତେବେ ଦୁଇ ଦେଶ ପରସ୍ପରକୁ ଯୁଦ୍ଧ ଧମକ ଦେଉଥିବାବେଳେ ଉତ୍ତର କୋରଆ ସେନା ଏହାର କ୍ଷେପଣାସ୍ତ୍ରରେ ପରମାଣୁ ଯୁଦ୍ଧାସ୍ତ୍ର ସଂଲଗ୍ନ କରୁଥିବା ଆମେରିକା ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି । ଉତ୍ତର କୋରିଆ ପାଖରେ ପ୍ରାୟ ୩୦ରୁ ୬୦ ପରମାଣୁ ଅସ୍ତ୍ର ଥିବା ଏହି ରିପୋର୍ଟ ଦାବି ହୋଇଛି । ନିଉ ଜର୍ସିରେ ଅବସର ସମୟ ବିତାଉଥିବା ଟ୍ରମ୍ପ ଉତ୍ତର କୋରିଆକୁ କଡା ଧମକ ଦେଇଛନ୍ତି ।

ଉତ୍ତର କୋରିଆ ନ ସୁଧୁରିଲେ ଯୁଦ୍ଧ ସୁନିଶ୍ଚିତ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଉତ୍ତର କୋରିଆ ନିଜ ଜିଦରେ ଅଟଳ ରହିଥିବାରୁ ଜାତିସଂଘ ଅନେକ କଟକଣା ଜାରି କରିଛି । ତା’ ସତ୍ୱେ ସୁଧୁରୁ ନାହିଁ ଉତ୍ତର କୋରିଆ । ତେବେ ଗୁଆମରେ ଥିବା ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଉତ୍ତର କୋରିଆ ପ୍ରସ୍ତୁତି ଚଳାଇଛି ।