ଭାରତ ବିରୋଧରେ ଚୀନର ସମରସଜ୍ଜା : ଅଭ୍ୟାସ ବାହାନାରେ ତିବତକୁ ପଠାଇଲା ସେନା ଓ ଯୁଦ୍ଧ ଟ୍ୟାଙ୍କ୍

33

କନକ ବ୍ୟୁରୋ : ତିବତରେ ଚୀନର ସମରସଜ୍ଜା । ସିକ୍କିମ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ ସ୍ଥିତିରେ ଥିବାବେଳେ ତିବତକୁ ଅଧିକ ସେନା ପଠାଇଛି ଚୀନ୍ । ହଜାର ହଜାର ପିଏଲଏ ଯବାନଙ୍କ ସହ ଟ୍ୟାଙ୍କ ଓ ଯୁଦ୍ଧ ସାମଗ୍ରୀ ତିବତକୁ ପଠାଇଛି ଚୀନ୍ । ଅଭ୍ୟାସ ବାହାନାରେ ଚୀନ୍ ତିବତକୁ ସେନା ପଠାଇଥିବା ବେଳେ ଏହା ଭାରତ ବିରୋଧରେ ଯୁଦ୍ଧ ପ୍ରସ୍ତୁତି ବୋଲି ସନ୍ଦେହ କରାଯାଉଛି । ତେବେ ତିବତର ଉତ୍ତରରେ ଥିବା ଶିନଜିୟାଙ୍ଗ ସୀମାରେ ଏହି ସେନା ଠୁଳ କରୁଛି ଚୀନ୍ ।

ସିକ୍କିମ ଡୋକଲାମ ସେକ୍ଟର ଠାରୁ ଏହି ଅଂଚଳ ପ୍ରାୟ ୭ ଶହ କିଲୋମିଟର ଦୂର ହୋଇଥିବାରୁ ସିଧାସଳଖ ଏହା ଚୀନର ଯୁଦ୍ଧ ପ୍ରସ୍ତୁତି ବୋଲି କୁହାଯାଇ ପାରିବ ନାହିଁ । ତେବେ ଏକ୍ସପ୍ରେସ ୱେ ଜରିଆରେ ଚୀନ୍ ସେନା ନିଜ ଯୁଦ୍ଧ ସାମଗ୍ରୀ ସହ ଏହି ଦୂରତାକୁ ମାତ୍ର ୬-୭ ଘଂଟାରେ ଅତିକ୍ରମ କରି ସିକ୍କିମ ସୀମାରେ ପହଂଚି ପାରିବ । ତେଣୁ ଭାରତକୁ ଡରାଇବାକୁ ଏହା ଚୀନର ସମରସଜ୍ଜା ବୋଲି ମଧ୍ୟ ପରୋକ୍ଷ ଭାବେ କୁହାଯାଇପାରେ ।