ଆପୋଷ ବୁଝାମଣା ପରେ ବି ସୁଧୁରୁନି ଡ୍ରାଗନ ସେନା ! ଡୋକଲାମ ବିବାଦକୁ ନେଇ ଭାରତ କିଛି ଶିଖିବା ଦରକାର କହିଲା ଚୀନ୍

30

ଚୀନ ଓ ଭାରତ ମଧ୍ୟରେ ଦୁଇ ମାସ ଧରି ଚାଲିଥିବା ଡୋକଲାମ ବିବାଦର ସମାଧାନ ହେଲା । ଗତକାଲି କୂଟନୈତିକ ସ୍ତରରେ ଆଲୋଚନା ହୋଇ ଏହି ସମସ୍ୟାର ସମାଧାନ ହୋଇଥିଲା । ଆଲୋଚନା ପରେ ଉଭୟ ଦେଶ ଡୋକଲାମରୁ ସେନା ପ୍ରତ୍ୟାହର କରିବା ପାଇଁ ରାଜି ହୋଇଛନ୍ତି ବୋଲି ସୂଚନା ମିଳିଥିଲା । ଭାରତର କୂଟନୈତିକ ବିିଜୟ ହୋଇଛି ବୋଲି ସବୁଆଡ଼େ ଚର୍ଚ୍ଚା ହେଲା । କିନ୍ତୁ ଲାଗୁଛି ଏବେ ଯାଏ ସୁଧୁରିନି ଚୀନ । ଭାରତକୁ ଏବେ ବି ଚେତାବନୀ ଦେବାକୁ ଭୁଲିନି ଚୀନ୍ । ସେନା ପ୍ରତ୍ୟାହାରକୁ ନିଷ୍ପତ୍ତିକୁ ଚୀନ ସ୍ୱାଗତ କରିଥିଲେ ହେଁ , ଭାରତ ଉଦ୍ଦେଶ୍ୟରେ କିଛି ପରାମର୍ଶ ମଧ୍ୟ ଦେଇଛି ।

ଚୀନ ସେନାର ସିନିୟନ କର୍ଣ୍ଣେଲ ବୁ ଶିୟାନ୍ କହିଛନ୍ତି, ଏହି ମାମଲାର ସମାଧାନ ଯୋଗୁଁ ମୁଁ ଖୁସି ଅଛି । କିନ୍ତୁ ଭାରତକୁ ଏହି ମାମଲାରୁ କିଛି ଶିଖିବା ଦରକାର । ଚୀନ ଡୋକଲାମରୁ ସେନା ପ୍ରତ୍ୟାହର କରିଥିଲେ ହେଁ ଏବେ ବି ଚୀନ ସେନା ସତର୍କ ରହିବେ । ତେବେ ସବୁଠାରୁ ଭଲ କଥା ହେଲା ଉଭୟ ଦେଶ ମଧ୍ୟରେ ଆପୋଷ ବୁଝାମଣା ଯୋଗୁଁ ଉକ୍ତ ସ୍ଥାନରେ ଏବେ ଶାନ୍ତି ଆସିବ । ତେବେ ଏ ସମସ୍ୟାର ସମାଧାନ ପରେ ଉଭୟ ଦେଶ ଅନ୍ତର୍ଜାତୀୟ ନିୟମର ପାଳନ କରିବା ସହ ଏକାସଙ୍ଗେ କାମ କରିବା ଜରୁରୀ ।

ତେବେ ଏସବୁ ସତ୍ୱେ ବୁଝାମଣା ପରେ ଚୀନ ସେନା ଦାବି କରିଛି, ଉକ୍ତ ଅଞ୍ଚଳରେ ଏବେ ବି ଚୀନ ସେନା ମୁତୟନ ଅଛନ୍ତି । ଯବାନଙ୍କୁ ହଟାଇବାର ପରେ ଭାରତର ଓ ଚୀନ ପତ୍ରକାରଙ୍କ ମଧ୍ୟରେ ହୋଇଥିବା କଥା କଙ୍କାକଟିକୁ ଚୀନ ବିଦେଶ ମନ୍ତ୍ରାଳୟ ଖଣ୍ଡନ କରଛିିି । ଭାରତ ନିଜ ଯବାନଙ୍କୁ ଡୋକଲାମ ଅଞ୍ଚଳରୁ ଫେରାଇ ନେଇଛି ବୋଲି ବୁ ଶିୟାନ ହୃଢ଼କ୍ତି କରିଥିଲେ । ବୁ ଶିୟାନ କହିଛନ୍ତି, ଏହା ସହ ସେ କହିଛନ୍ତି , ଚୀନ ସେନା ଏହି ଐତିହାସିକ ବୁଝାମଣା ପରେ ଦେଶର ସାର୍ବଭୌମତ୍ୟ ବଜାୟ ରଖିବ । ଏହାସହ ସେ ଭାରତ ଉଦ୍ଦେଶ୍ୟରେ କହିଛନ୍ତି,ଚୀନ ସେନା ଏବେ ବି ଡୋକଲାମ ଅଞ୍ଚଳରେ ଉପରେ ନଜର ରଖିଛନ୍ତି ।