ଷଡ଼ଯନ୍ତ୍ର କରୁଛି ଚୀନ୍ ! ସୀମାରେ ପୁଣି ଥରେ ବିବାଦ ଉପୁଜିବାର ଆଶଙ୍କା କରୁଛି ଭାରତ

30

କନକ ବ୍ୟୁରୋ : ଚକ୍ରାନ୍ତ ଚଳାଇଛି ଚୀନ୍ । ଡୋକଲାମ୍ ମାମଲାରେ ହାରିବା ପରେ ମଧ୍ୟ ପରାଜୟ ସ୍ୱୀକାର କରିବା ପାଇଁ ଯେପରି ସେ ନାରାଜ । ସୀମାରେ ଏବେ ବି ଚୀନ୍ ଚଳାଇଛି ଚକ୍ରାନ୍ତ । ପୁଣି ଥରେ ଭାରତ ସହ ମୁହାଁମହିଁ ହେବାପାଇଁ ପ୍ରସ୍ତୁତି ଚଳାଇଛି । ଚୀନ ସୀମାରେ ଗୋଇନ୍ଦାଗିରି କରିବା ପାଇଁ ମାନବଥିବା ହେଲିକପ୍ଟର ଓ ଡ୍ରୋନ୍ ନିୟୋଜିତ କରିବା ପାଇଁ ଯୋଜନା କରୁଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ଅନୁସାରେ ଚୀନର ପିପୁଲ ଲିବରେସନ୍ ଆର୍ମି ତଥା ପିଏଲଏ ଆଗାମୀ ସମୟରେ ମାନବଥିବା ହେଲିକପ୍ଟର ବ୍ୟବହାର କରିବା ପାଇଁ ଚେଷ୍ଟା ଚଳାଇଛି । ଡୋକଲାମରେ ଗତିରୋଧ କରିବା ପରେ ପିଏଲଏ ଉତ୍ତର ଡୋକଲାମରେ ନିଜର ଉପସ୍ଥିତିକୁ ମଜଭୁତ କରିବାରେ ଲାଗିପଡ଼ିଛି । ଏହାସହ ସେମାନେ ମାନବଥିବା ଡ୍ରୋନ ବ୍ୟବହାର ପାଇଁ ପରୀକ୍ଷଣ ଜାରି ରଖିଛି । ଚୀନର ସେନାର ଏହି ପଦକ୍ଷେପ ଭାରତୀୟ ଏଜେନ୍ସି ଗୁଡ଼ିକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ମାନବ ଚାଳିତ ଡ୍ରୋନରେ ଫାଷ୍ଟ ଟ୍ରାକ୍ ପ୍ରୋଗ୍ରାମର ବ୍ୟବହାର କରୁଛି ଚୀନ୍ ।

india china war

ନିକଟରେ ଚୀନର ବିମାନ ଉଦ୍ୟୋଗ ନିଗମ ଏକ ସ୍ୱତନ୍ତ୍ର ଡ୍ରୋନ୍ ପ୍ରସ୍ତୁତି କରୁଛନ୍ତି । ଏହାସହ ତିନି ପ୍ରକାର ମାନବ ରହିତ ହେଲିକପ୍ଟର ଆକ୍ରମଣ ପରୀକ୍ଷା କରାଯାଉଛି । ସୂଚନା ଅନୁସାରେ ଚୀନ ପରୀକ୍ଷଣ କରୁଥିବା ମାନବଥିବା ହେଲିକପ୍ଟର, ବମ୍ ସହ ଅକାଶରେ ବହୁତ ଉପରେ ଉଡ଼ିବା ପାଇଁ ସକ୍ଷମ । ଆମେରିକା ଓ ଇସ୍ରାଏଲ ପରେ ଚୀନ ମାନବଥିବା ହେଲିକପ୍ଟର ସେନାରେ ସାମିଲ କରିବା ପାଇଁ ତୃତୀୟ ଦେଶ ହୋଇଯାଇଛି । ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଅନୁସାରେ ଚୀନ ପୁଣି ଥରେ ଭାରତ ସହ ମୁହାଁମୁହିଁ ହେବା ପାଇଁ ପ୍ରସ୍ତୁତି ଚଳାଇଛି । ମାନବରହିତ ହେଲିକପ୍ଟର ଓ ଡ୍ରୋନର ପରୀକ୍ଷଣ ଏବଂ ଉତ୍ତର ଡୋକଲାମରେ ସୈନିକଙ୍କ ସ୍ଥିତିରୁ ଏକଥା ସ୍ୱଷ୍ଟ ହେଉଛି । ତେବେ ଖରା ଆରମ୍ଭ ହେଉ ହେଉ ଚୀନ ପୁଣି ଥରେ ବିବଦ ଆରମ୍ଭ କରିପାରେ ବୋଲି ଆଶଙ୍କା କରାଯାଉଛି ।