୭୦ଟି ଦେଶକୁ ଯୋଡିବ ଚୀନର ୱାନ ବେଲ୍ଟ-ୱାନ ରୋଡ୍ ପ୍ରକଳ୍ପ, ଭାରତକୁ ଘେରିବାକୁ ଚେଷ୍ଟା

ଆର୍ଥିକ ରୂପେ ଦେଶଗୁଡିକ ଉପରେ କବଜା କରୁଛି ଚୀନ

209

ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମହତ୍ୱାକାଂକ୍ଷୀ ପ୍ରକଳ୍ପ ୱାନ ବେଲ୍ଟ-ୱାନ ରୋଡ୍(ଓବିଓଆର) ଭାରତ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ । ଏହି ପ୍ରକଳ୍ପ ଅଧିନରେ ରେଳ, ସଡ଼କ ଓ ସାମୁଦ୍ରିକ ରାସ୍ତାରେ ଏସିଆ, ୟୁରୋପ, ଆଫ୍ରିକାର ୭୦ଟି ଦେଶ ଯୋଡି ହେବେ, ଯାହା ଜରିଆରେ ଭାରତକୁ ଘେରିବାର ଚେଷ୍ଟା କରୁଛି । ଓବିଓଆର ଉପରେ ଚୀନ ୯୦୦ ଅରବ ଡଲାର(ପାଖାପାଖି ୬୪ ଲକ୍ଷ କୋଟି ଟଙ୍କା)ର ଖର୍ଚ୍ଚ କରୁଛି । ଏହି ଟଙ୍କା ଦୁନିଆର ମୋଟ୍ ଜିଡିପିର ଏକ ତୃତୀୟାଂଶ ।

ଓବିଆର ଅଧିନରେ ଚୀନ ଇନଫ୍ରାଷ୍ଟ୍ରକଚର, ଟ୍ରାନ୍ସପୋର୍ଟ ଓ ଏନର୍ଜିିରେ ନିବେଶ କରୁଛି । ଏହା ଅଧିନରେ ପାକିସ୍ତାନରେ ଗ୍ୟାସ ପାଇପଲାଇନ୍, ହଙ୍ଗେରୀରେ ଏକ ହାଇୱେ ଓ ଥାଇଲାଣ୍ଡରେ ହାଇସ୍ପିଡ୍ ରେଳ ଲିଙ୍କ ନିର୍ମାଣ କରାଯାଉଛି । ଚୀନରୁ ୟୁରୋପ ପର୍ଯ୍ୟନ୍ତ ୯୮୦୦ କିମି ପର୍ଯ୍ୟନ୍ତ ରେଳଲାଇନ୍ ବିଛାହେବ ।

ଓବିଓଆର ଅଧିନରେ ଶିନଜିୟାଙ୍ଗରୁ ପାକିସ୍ତାନର ଗ୍ୱାଦର ପର୍ଯ୍ୟନ୍ତ ଚୀନ-ପାକ ଇକୋନୋମିକ୍ କରିଡର ହେଉଛି । ସିପିଇସି, ପାକ ର ଦଖଲ ଥିବା କାଶ୍ମୀର ଦେଇ ଅତିକ୍ରମ କରିବ ।ଭାରତ ଏହାକୁ ସଂପ୍ରଭୁତାର ଉଲ୍ଲଘଂନ କହୁଛି । ଭାରତୀୟ ବିଦେଶ ମନ୍ତ୍ରଣାଳୟ ମୁତାବକ, କୌଣସି ବି ଦେଶ ନିଜ କ୍ଷେତ୍ରୀୟ ଅଖଣ୍ଡତାକୁ ଅଣଦେଖା କରି ଏହି ପ୍ରକଳ୍ପ ସହିତ ଯୋଡି ହୋଇପାରିବନି ।

ହିନ୍ଦୁ ମହାସାଗର ଦେଶରେ ଚୀନ ବନ୍ଦର, ନୌସେନା ବେସ୍ ଓ ନିରୀକ୍ଷଣ ପୋଷ୍ଟ ନିର୍ମାଣ କରିବାକୁ ଚାହୁଁଛି । ଏହାଦ୍ୱାରା ଏକ ପ୍ରକାରରେ ଭାରତ ଘେରି ହୋଇଯିବ । ଏହାକୁ ଷ୍ଟ୍ରିଙ୍ଗ ଅଫ୍ ପଲ୍ସ ନାମ ଦିଆଯାଉଛି । ପ୍ରକଳ୍ପ ଅଧିନରେ ଚୀନ, ଶ୍ରୀଲଙ୍କା, ପାକିସ୍ତାନ, ବାଙ୍ଗଲାଦେଶରେ ପୋର୍ଟ ନିର୍ମାଣ କରୁଛି । ଏହା ଜରିଆରେ ସେ ବଙ୍ଗାଲ ଓ ଆରବ ସାଗରରେ ପ୍ରଭାବ ବଢ଼ାଇବ । ଓବିଓଆର ଜରିଆରେ ଚୀନ ବିକାଶଶୀଳ ଦେଶରେ ଅଧିକ ପରିମାଣରେ ନିବେଶ କରିବ । ଏହା ଦ୍ୱାରା ସେହି ଦେଶ ସହିତ ଭାରତର ବ୍ୟାପାର ଉପରେ ପ୍ରଭାବ ପଡିପାରେ ।