ସୀମାରେ ସମରାଭ୍ୟାସ ! ସିକିମ୍ ବିବାଦ ଭିତରେ ତିବ୍ଦତ ସୀମାରେ ଚୀନ୍ ସେନାର ସମରସଜ୍ଜା

46

କନକ ବ୍ୟୁରୋ : ସିକିମ୍ ବିବାଦ ଭିତରେ ତିବ୍ଦତ ସୀମାରେ ସମରାଭ୍ୟାସ କରି ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି ଚୀନ୍ । ଯେଉଁଥିରେ ଚୀନ୍ ସେନାର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରଗୁଡିକର ପରୀକ୍ଷଣ କରାଯାଇଛି । ସମୁଦ୍ର ପତନଠାରୁ ୫ହଜାର ୧୦୦ ମିଟରେ ଉଚ୍ଚରେ ଚୀନ୍ ସେନା ଜୋରଦାର ଯୁଦ୍ଧଭ୍ୟାସ କରିଥିବା ରିପୋର୍ଟ କରିଛି ଚୀନର ଏକ ପ୍ରମୁଖ ଗଣମାଧ୍ୟମ ଜିନହୁଆ ନ୍ୟୁଜ ଏଜେନ୍ସି । ଏପରିକି ଚୀନ୍ ସେନା ଯବାନ ଗୁଳିଗୋଳା ବିନିମୟ ଅଭ୍ୟାସ ମଧ୍ୟ କରିଛନ୍ତି । ଏଭଳି କରି ଚୀନ୍ ଯୁଦ୍ଧ ପାଇଁ ଉସକାଉଥିବା ଚର୍ଚ୍ଚା ହେଉଛି । ସମରିକ ଶକ୍ତି ପ୍ରଦର୍ଶନ ଜରିଆରେ ଭାରତକୁ ଭୟଭିତ କରିବାକୁ ଉଦ୍ୟମ ଜାରି ରଖିଛି । ଚୀନ ସେନାର ସବୁଠାରୁ ବଡ ୩୫ଟନ୍ ଓଜନ ବିଶିଷ୍ଟ ଯୁଦ୍ଧ ଟ୍ୟାଙ୍କ ମଧ୍ୟ ଏହି ସମରାଭ୍ୟାସରେ ସାମିଲ୍ ହୋଇଛି । ଜିନହୁଆ ନ୍ୟୁଜ ଏଜେନ୍ସି ସମରାଭ୍ୟାସର ଫଟୋ ମଧ୍ୟ ଜାରି କରିଛି ।