ଚାଇନା ଗଣମାଧ୍ୟମର ଧମକ ! ଡୋକଲାମରୁ ସେନା ପ୍ରତ୍ୟାହାର ନକଲେ ଭାରତ ଭୋଗିବ ସାଂଘାତିକ ପରିଣାମ

26

କନକ ବ୍ୟୁରୋ: ଚାଇନା ଗଣମାଧ୍ୟମର ଧମକ । ଭାରତ, ଡୋକଲାମରୁ କ୍ଷେତ୍ରରୁ ସେନା ପ୍ରତ୍ୟାହାର ନକଲେ ଭାରତ ସାଂଘାତିକ ପରିଣାମ ଭୋଗିବ ବୋଲି ଚୀନ୍ ଧମକ ଦେଇଛି । ଚୀନର ସରକାରୀ ଖବରକାଗଜ ସଂପଦକୀୟରେ ଏପରି ଏକ ଲେଖା ପ୍ରକାଶ କରିଛି । ପରିସ୍ଥିତି ବିଗିଡିବା ପୂର୍ବରୁ ଭାରତ ସୁଧୁରିଯାଉ ବୋଲି ସିଧାସଳଖ ସଂପାଦକୀୟରେ ଲେଖା ପ୍ରକାଶ କରିଛି ।

ଡୋକଲାମ କ୍ଷେତ୍ରରୁ ଭାରତ ସେନା ପ୍ରତ୍ୟାହର ନକଲେ କଶ୍ମୀରରେ ତୃତୀୟ ଦେଶର ସେନା ପ୍ରବେଶ ନେଇ ଚୀନ୍ ନାଲିଆଖି ଦେଖାଇଛି । ଗତ କିଛି ଦିନ ହେବ ଡୋକଲାମ ସୀମାକୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତିରେ ସୃଷ୍ଟି ହୋଇଛି । ସୀମା ସୁରକ୍ଷା ପାଇଁ ଚୀନ୍ କୌଣସି ସାଲିସ୍ କରିବନାହିଁ ବୋଲି ସମ୍ପାଦକୀୟରେ ଲେଖାଯାଇଛି ।

ଡୋକଲାମରେ ଯେପରି ଚୀନକୁ ସଡକ ନିର୍ମାଣ କରିବାରେ ଭାରତ ବାଧା ଦେଉଛି ସେହି ଆଧାରରେ ପାକିସ୍ତାନର ଆଗ୍ରହ ସହ କଶ୍ମୀରରେ ତୃତୀୟ ଦେଶର ସେନା ପ୍ରବେଶ କରିପାରିବ ବୋଲି ଧମକ ଦେଇଛି ଚୀନ୍ ।