ପାକିସ୍ଥାନକୁ ସାହାଯ୍ୟ କରିବା ଲାଗି ଚୀନର ୨ ଟି ଉପଗ୍ରହ ଲଞ୍ଚ!

30

କନକ ବ୍ୟୁରୋ : ପାକିସ୍ଥାନର ଅର୍ଥନୀତି ସୁଦୃଢ ନାହିଁ । ତେଣୁ ଦେଶରେ ମାନ୍ଦା ଅବସ୍ଥା ଦେଖାଯାଇଛି । ପଡୋଶୀ ଚୀନ ଠାରୁ ବାରମ୍ବାର ଋଣ ନେଇ ନିଜ ଦେଶରେ ଶାସନ ଚଲାଉଛି ପାକିସ୍ଥାନ । କିନ୍ତୁ ଚୀନ ପାକିସ୍ଥାନକୁ ଆଉ ଋଣ ଦେବାରେ ସମ୍ଭଭ ନୁୁହେଁ ବୋଲି ସ୍ପଷ୍ଟ କଲାପରେ ପାକିସ୍ଥାନ ନିଜ ସୀମାରେ ତିଆରି ହେଉଥିବା ଅନ୍ତର୍ଜାତୀୟ ରାସ୍ତା ବିଷୟରେ ବିଶ୍ୱ ଆଗରେ ତଥ୍ୟ ଉପସ୍ଥାପନ କରିବ ବୋଲି କହିଥିଲା । କେବେ ବି ଚୀନ ଏପରି ତଥ୍ୟ ସାରା ବିଶ୍ୱ ଜାଣୁ ବୋଲି ଚାହୁଁନଥିଲା । ଏପଟେ ଋଣ ଦେଲେ ନିଜ ଦେଶର ରାଜସ୍ୱ ମଧ୍ୟ କମୁଥିଲା । ତେଣୁ ସମସ୍ତ ଦିଗକୁ ବିଚାର କରି ପଡୋଶୀ ପାକିସ୍ଥାନ ଲାଗି ୨ ଟି ସେଟେଲାଇଟ ଲଞ୍ଚ କରିଛି । ଯାହା ଦ୍ୱାରା ପାକିସ୍ଥାନ ସହ ଚୀନର ମଧ୍ୟ ଲାଭ ହେବ ।

ସୋମବାର ଦିନ ଚୀନ ମାର୍ଚ୍ଚ-୨ ସି ରକେଟ ଲଞ୍ଚ କରିଥିବା ଜଣାପଡିଛି । ପାଖାପାଖି ୧୯ ବର୍ଷ ପରେ ଚୀନ ଏପରି ଏକ ରକେଟ ଲଞ୍ଚ କରିଥିବା ଜଣାପଡିଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଚୀନ କୈାଣସି ବାହାର ଦେଶ ଲାଗି ଏପରି ଉପଗ୍ରହ ପଠାଇବାରେ ଏହା ୧୭ ତମ ଉପଗ୍ରହ ଭାବେ ବିବେଚିତ ହେଉଛି । ଏହି ଉପଗ୍ରହଟି ଚୀନର କ୍ଷେପଣାସ୍ତ୍ର ଘାଟିରୁ ସକାଳ ୧୧.୫୬ ରେ ଉତ୍କ୍ଷେପଣ କରାଯାଇଛି । ପୂର୍ବରୁ ୨୦୧୧ ମସିହାରେ ଚୀନ ଏକ ଉପଗ୍ରହ ଉତ୍କ୍ଷେପଣ କରାଇଥିଲା । ତେବେ ସୋମବାର ଉପଗ୍ରହକୁ ପଠାଯାଇଥିବା ଉପଗ୍ରହ ମାଧ୍ୟମରେ ଉଭୟ ପାକିସ୍ଥାନ ଓ ଚୀନ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ ହେବ ବୋଲି ଚୀନ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଉପଗ୍ରହ ମାଧ୍ୟମରେ ଦେଶର କୃଷି ଅନୁସନ୍ଧାନ, ସହର ନିର୍ମାଣର ବିକାଶ, ପ୍ରାକୃତିକ ସମ୍ପଦ ଆଦି ତଥ୍ୟ ମିଳିପାରିବ । ତେବେ ଏହା ମାଧ୍ୟମରେ ପାକିସ୍ଥାନର ଉନ୍ନତି ହେବା ସହ ନିଜର ଦେଶର ବିକାଶ ହୋଇପାରିବ ଚୀନ କହିଛି ।