ପୁଣି ଦମ୍ ଦେଖାଇଲା ଚୀନ୍ ! ପ୍ୟାରେଡ଼ ବାହାନାରେ କଲା ଶକ୍ତି ପ୍ରଦର୍ଶନ

29

ଚୀନ ସହ କଥାବାର୍ତ୍ତା ହୋଇ ସୀମା ବିବାଦର ସମାଧାନ ପାଇଁ ଭାରତର ପ୍ରୟାସ ପୁଣି ଥରେ ବିଫଳ ହୋଇଛି । ବ୍ରିକ୍ସ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ବୈଠକରେ ଭାଗ ନେବା ପାଇଁ ପହଞ୍ଚିଥିବା ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ ଡୋକଲାମ ବିବାଦ ନେଇ କଥାବାର୍ତ୍ତାରେ କୌଣସି ସମାଧାନ ହୋଇପାରିଲା ନାହିଁ । ଡୋକଲାମକୁ ନେଇ ବିଗତ ୨ ମାସ ଧରି ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି । ପିପୁଲସ ଲିବରେସନ ଆର୍ମି ପ୍ରତିଷ୍ଠାର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ ୨ ଦିନ ପୂର୍ବରୁ ଏକ ପ୍ୟାରେଡ଼ରେ ନିଜର ଶକ୍ତିି ପ୍ରଦର୍ଶନ କରିଛି ଚୀନ ଚେନା ।

ଏହି ପ୍ୟାରେଡ଼ ଅବସରରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ୍, କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ସମିତିର ଜେନରାଲ ସଚିବ ଓ କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ସୈନିକଙ୍କୁ ନିରୀକ୍ଷଣ କରବା ସହ ସମ୍ବୋଧନ କରିଥିଲେ । ଏହି ଅବସରରେ ଜିନପିଙ୍ଗ ପିଏଲଏକୁ ମୁକାବିଲା ପାଇଁ ପ୍ରସ୍ତୁତ କରିବା ସହ ଯୁଦ୍ଧକୁ ଧ୍ୟାନରେ ରଖି ଏକ ବିଶିଷ୍ଟ ବଳ ତିଆରି କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପିପୁଲସ ଲିବରେସନ ଆର୍ମି ଅଗଷ୍ଟ ପହିଲାରେ ନିଜର ୯୦ ବର୍ଷ ପୂର୍ତ୍ତି ପାଳନ କରିବ ।

ଏହା ପୂର୍ବରୁ ଚୀନ ସେନା ଭାରତ ସହ ଲାଗିଥିିବା ତିିଦ୍ଦତ ଅଞ୍ଚଳରେ ସୈନ୍ୟ ଅଭ୍ୟାସ କରିବାର ଦେଖାଯାଇଥିଲା । କେବଳ ଏତିକି ନୁହେଁ ଚୀନ ମିଡ଼ିଆ ଅଭ୍ୟାସର ଭିଡ଼ିଓକୁ ମଧ୍ୟ ଜୋରସୋରେ ପ୍ରସାରିତ କରିଥିଲା । ଡୋକଲାମ ବିବାଦ ପରେ ଚୀନ ଏବେ ଏକ ନୂଆ ଚାଲ ଚଳେଇଛି । ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ଚୀନ ତରଫରୁ ପ୍ରକାଶ ପାଇଛି, ଡୋକଲାମ ଚୀନ ଓ ଭୁଟାନ ସୀମା ବିବାଦ ଅଟେ । ଏଥିରେ ଭାରତ ତୃତୀୟ ପକ୍ଷରୁ ମୁଣ୍ଡ ପୁରାଇବା ଦରକାର ନାହିଁ । ଏହାସହ ପିଏଲଏର ଭାରତକୁ ଚେତାବନୀ ଦେବା ସହ ଖବରକାଗଜରେ ପ୍ରକାଶ ପାଇଛି, ଆଗ ଅପେକ୍ଷା ଡୋକଲାମରେ ଏବେ ସେନା ସଂଖ୍ୟା ଅଧିକ ବଢ଼ାଇ ଦିଆଯାଇଛି ।