ଭାରତ ବିରୋଧରେ ପାକିସ୍ତାନକୁ ସାହାଯ୍ୟ କରୁଛି ଚୀନ୍ ! ପାକ୍ ନୌସେନାକୁ ଯୋଗାଇଦେବ ୮ଟି ନୂଆ ବୁଡାଜାହାଜ ।

36

ଭାରତ ବିରୋଧରେ ପାକିସ୍ତାନକୁ ଶକ୍ତିଶାଳୀ କରିବା ପାଇଁ ଚୀନ୍ କ୍ରମାଗତ ଭାବେ ନିଜ ଚେଷ୍ଟା ଜାରି ରଖିଛି । ଭାରତ ବିରୋଧରେ ଗୁଇନ୍ଦାଗିରି କରିବା ପାଇଁ ଗତ କିଛି ଦିନ ତଳେ ଚୀନ୍ ପାକିସ୍ତାନ ପାଇଁ ଦୁଇଟି ସାଟେଲାଇଟ୍ ଲଞ୍ଚ କରିଥିଲା । ଚୀନ୍ ଗ୍ୱାଦର ଠାରୁ ଆରମ୍ଭ କରି ଭାରତ-ପାକିସ୍ତାନ ସୀମାରେ ଥିବା ପାକିସ୍ତାନୀ ସେନା ବାହିନୀକୁ ସାହାଯ୍ୟ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଚୀନ ହିନ୍ଦ ମହାସାଗରରେ ଭାରତୀୟ ନୌସେନାର ବଢୁଥିବା ଶକ୍ତିରେ ଅଙ୍କୁଶ ଲଗାଇବା ପାଇଁ ପାକିସ୍ତାନକୁ ୮ଟି ନୂଆ ଯୁଦ୍ଧ ଜାହାଜ ଯୋଗାଇବାକୁ ଯାଉଛି ।

ସୂଚନା ଅନୁଯାୟୀ, ପ୍ରୋଜେକ୍ଟ ହେଙ୍ଗୁର ଅନ୍ତର୍ଗତ ଚୀନର ଚାଇନା ସିପବିଲ୍ଡିଂ ଇଣ୍ଡଷ୍ଟ୍ରୀଜ କର୍ପୋରେସନ ପାକିସ୍ତାନୀ ନୌସେନା ପାଇଁ ୮ଟି ନୂଆ ଜାହାଜ ପ୍ରସ୍ତୁତ କରୁଛି । ଏହା ଖୁବ ଶିଘ୍ର ପାକିସ୍ତାନକୁ ହସ୍ତାନ୍ତର କରାଯିବ । ସୂଚନା ଅନୁଯାୟୀ, ଏବେ ଭାରତୀୟ ନୌସେନା ପାଖରେ ମୋଟ୍ ୧୬ଟି ଯୁଦ୍ଧ ଜାହାଜ ରହିଛି । କିନ୍ତୁ ପାକିସ୍ତାନ ପାଖରେ ମାତ୍ର ୧୦ଟି ଯୁଦ୍ଧ ଜାହାଜ ରହିଛି । ଚୀନର ଏହି ସହାୟତା ଦ୍ୱାରା ପାକିସ୍ତାନ ପାଖରେ ସମୁଦାୟ ୧୮ଟି ଯୁଦ୍ଧ ଜାହାଜ ହୋଇଯିବ । ଆଗାମୀ ଦିନରେ ଭାରତୀୟ ନୌସେନାର ଏହି ଦୁଇଟି ପଡୋଶୀ ଦେଶ ସହ ଯୁଦ୍ଧ ହେବାର ସମ୍ଭାବନା ରହିଥିବା କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ଭାରତ ଉପରେ ନଜର ୍ରଖିବା ପାଇଁ ପାକିସ୍ତାନ ସହ ମିଶି ଭାରତ ଦୁଇଟି ସାଟେଲାଇଟ୍ ଲଞ୍ଚ କରିଥିଲା ।