ଭାରତ ବିରୋଧରେ ପାକିସ୍ତାନର ନୂଆ ଚାଲ ! ରାଜସ୍ଥାନ ଓ ଗୁଜରାଟ ସୀମାନ୍ତରେ ନିର୍ମାଣ କରୁଛି ୩୫୦ ବଙ୍କର, ଚୀନ କରୁଛି ସହାୟତା

80

ଭାରତ ବିରୋଧରେ ସାଂଘାତିକ ଚାଲ ଚଳାଇଛି ପାକିସ୍ତାନ । ଚୀନ ସହାୟତାରେ ନିର୍ମାଣ କରୁଛି ବଙ୍କର । ରାଜସ୍ଥାନ ଓ ଗୁଜରାଟ ସୀମାନ୍ତରେ ପାକିସ୍ତାନକୁ ବଙ୍କର ନିର୍ମାଣ କରିବା ପାଇଁ ଚୀନ ସହାୟତା କରୁଛି । ଏପରିକି ଏଭଳି ଭାବେ ପାକିସ୍ତାନ ୩୫୦ରୁ ଉଦ୍ଧ୍ୱର୍ ବଙ୍କର ନିର୍ମାଣ କରିଥିବା ଜଣାପଡିଛି । ତେବେ ଏହି ବଙ୍କରକୁ ଚିହ୍ୱିବା କଷ୍ଟକର ହେଉଛି । ଏକ ଭିନ୍ନ ଧରଣର ପଥର ବ୍ୟବହାର ହେଉଥିବାରୁ ଏହାକୁ ସହଜରେ ଚିହ୍ନି ହେଉନାହିଁ । ତେବେ ଏନେଇ ଗୁଇନ୍ଦା ରିପୋର୍ଟ ମିଳିବା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନୀୟ ଅଞ୍ଚଳକୁ ୩ ଥର ପରିଦର୍ଶନ କରି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି ।

tip_ny_0302_01ଭାରତକୁ ଘେରିବାକୁ ଚୀନ ନୂଆ ଚାଲ ଚଳାଇଛି । ପଡୋଶୀ ଦେଶରେ ଏୟାରବେସ ନିର୍ମାଣ କରି ଭାରତକୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଛି ଚୀନ । ଏଥିପାଇଁ ପାକିସ୍ତାନରେ ଏୟାରବେସ ପ୍ରକଳ୍ପ ଆରମ୍ଭ କରିଛି । ଏହି ଏୟାରବେସ ଗୁଡିକ ଭାରତୀୟ ସୀମା ଠାରୁ ଖୁବ ନିକଟରେ ରହିଛି । କେବଳ ପାକିସ୍ତାନ ନୁହେଁ ଭାରତକୁ ଘେରିବା ପାଇଁ ନେପାଳ, ବାଲାଂଦେଶ ଓ ଶ୍ରୀଲଙ୍କାରେ ରାସ୍ତା, ବିମାନବନ୍ଦର ନିର୍ମାଣ କରୁଛି ଚୀନ୍ ।

ଚୀନ ଏବଂ ପାକିସ୍ତାନ ପରସ୍ପରକୁ ନିଜ ବନ୍ଧୁ ବୋଲି ଅନେକ ଥର ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ରାଜନୈତିକ, ଆର୍ଥିକ ଏବଂ ସାମରିକ ସମ୍ବନ୍ଧ ରହିଛି। ଏପରିକି ଅନେକ ଚୀନ ଯବାନ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ ସଜାଗ ରହିଛନ୍ତି। ଚଳିତବର୍ଷ ଭୁଟାନ, ଚୀନ ଏବଂ ତିବତ୍ତ ମଧ୍ୟରେ ଥ୍ରି ୱେ ଜଙ୍କସନ୍ ବିବାଦ ଉପୁଜିବା ପରେ ଭାରତ-ଚୀନ ମଧ୍ୟରେ ଏକ ପ୍ରକାରର ଶତ୍ରୁତା ପରିଲିକ୍ଷିତ ହେବା ପରେ ଚୀନ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି।