ଚୀନର ଚିନ୍ତା : ପାକିସ୍ତାନରେ ଅବସ୍ଥାପିତ ବରିଷ୍ଠ ଅଧିକାରୀଙ୍କ ସୁରକ୍ଷା ବଢାଇବା ପାଇଁ ଚିଠି ଲେଖିଲା ଦୂତାବାସ

33

ଚୀନ-ପାକିସ୍ତାନ ସମ୍ପର୍କ ସମସ୍ତଙ୍କୁ ଜଣା । କିନ୍ତୁ ଚୀନ ଏବେ ପାକିସ୍ତାନରେ ଥିବା ରାଷ୍ଟ୍ରଦୂତଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଜଣାପଡିଛି । ବିଭିନ୍ନ ଆତଙ୍କବାଦୀ ସଂଗଠନ ତରଫରୁ ଇସାଲାମାବାଦରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସୁରକ୍ଷା ବଢାଇବାକୁ ନିବେଦନ କରିଛି ଚୀନ୍ ।

ଚୀନ ଦୂତାବାସ ତରଫରୁ ଗତ ୧୯ ତାରିଖରେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ବ୍ୟାନ କରାଯାଇଥିବା ଆତଙ୍କବାଦୀ ସଂଗଠନ ଇଷ୍ଟ ତୁର୍କୀସ୍ତାନ ଇସଲାମିକ ମୁଭମେଂଟ ର ଜଣେ ସଦସ୍ୟ ଦୂତାବାସ ଭିତରକୁ ଅନୁପ୍ରବେଶ କରିଥିଲା । ସ୍ଥାନୀୟ ଗଣମାଧ୍ୟରେ ପ୍ରସାରିତ ଚିଠିରେ ପିଙ୍ଗ ଇଙ୍ଗ ଫାଇ ଲେଖିଥିଲେ ରାଷ୍ଟ୍ରଦୂତଙ୍କ ସୁରକ୍ଷା ସହ ଚୀନ-ପାକିସ୍ତାନ ଆର୍ଥିକ କରିଡର ସିପିଇସି ପାଇଁ ପାକିସ୍ତାନରେ ଥିବା ଚୀନ ନାଗରିକଙ୍କ ସୁରକ୍ଷା ବଢାଯାଉ । ଚିଠିରେ ଲେଖାଯାଇଛି ଯେ କେବଳ ଆତଙ୍କବାଦୀଙ୍କୁ ନିନ୍ଦା କଲେ ହେବ ନାହିଁ ବରଂ ଏହି ଘୃଣ୍ୟ କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତିଙ୍କୁ ଘୃଣା କରାଯିବା ଉଚିତ୍ ।

ଚାଇନାରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ୟାଓ ଜିଙ୍ଗକୁ ନୂତନ ଭାବେ ପାକିସ୍ତାନରେ ଅବସ୍ଥାପିତ କରାଯାଇଛି । ୟାଓଙ୍କ ପୂର୍ବରୁ ପାକିସ୍ତାନରେ ଚୀନର ରାଷ୍ଟ୍ରଦୂତ ଭାବେ ତିନିବର୍ଷ କାର୍ଯ୍ୟ କରିଥିବା ସନ ୱିଡଙ୍ଗ ନିଜ ଦେଶକୁ ଫେରିଯାଇଛନ୍ତି । ପିଙ୍ଗ ଆତଙ୍କବାଦୀ ସମ୍ପର୍କରେ ସମସ୍ତ ପାକିସ୍ତାନ ସରକାରଙ୍କୁ ପ୍ରଦାନ କରିଛନ୍ତି । ତା ସହ ସଂପୃକ୍ତ ଆତଙ୍କବାଦୀକୁ ଗିରଫ କରି ଚୀନ ଦୂତାବାସକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ପିଙ୍ଗ । ଅବଦୁଲ ୱାଲି ନାମକ ଜଣେ ଆତଙ୍କବାଦୀକୁ ଚିହ୍ନଟ କରାଯାଇଛି ।