ବଜାରରେ ଉପଲବ୍ଧ ହେବ ସ୍ମାର୍ଟ ଅଳିଆକୁଣ୍ଡ ! ଏଣିକି ଅଳିଆ ପକାଇବା ହେବ ସହଜ, ଦୁର୍ଗନ୍ଧକୁ ରଖିବ ଦୂର ।

40

ବିକଶିତ ହୋଇଛି ସ୍ମାର୍ଟ ଅଳିଆକୁଣ୍ଡ ବା ସ୍ମାର୍ଟ ଡଷ୍ଟବିନ୍ । ଚୀନର ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଜିଓମି ପକ୍ଷରୁ ଏହାକୁ ବିକଶିତ କରାଯାଇଛି । ଏହା ସ୍ୱୟଂଚାଳିତ ଏବଂ ଅତି ଶକ୍ତିଶାଳୀ ସେନସର ଦ୍ୱାରା ପରିଚାଳିତ ଅଟେ । ଏହାର ଢାଙ୍କୁଣି ବାୟୁନିରୋଧୀ ହୋଇଥିବାରୁ ପରିବେଶ ଦୁର୍ଗନ୍ଧ ହେବାର ସମ୍ଭାବନା ନାହିଁ । ଅଳିଆକୁଣ୍ଡ ଠାରୁ ୩୫ ସେଣ୍ଟିମିଟର ଦୂରତା ପର୍ଯ୍ୟନ୍ତ ମଣିଷର ହାତ କିମ୍ବା କୌଣସି ସାମଗ୍ରୀ ସେନସର ଦ୍ୱାରା ଚିହ୍ନଟ ହୁଏ ଏବଂ ଢାଙ୍କୁଣୀ ଆପେ ଆପେ ଖୋଲିଯାଇଥାଏ, ଏଥିରେ ହାତ ଲଗାଇବାକୁ ପଡିନଥାଏ ।

ସ୍ମାର୍ଟ ଅଳିଆକୁଣ୍ଡ ବ୍ୟବହାର ଦ୍ୱାରା ଅଳିଆ ପକାଇବା ସହଜ ହୋଇଥାଏ । ତେବେ ଏହି ସ୍ମାର୍ଟ ଅଳିଆ କୁଣ୍ଡର ଉଚ୍ଚତା ଚାଳିଶ ସେଣ୍ଟିମିଟର, ଓଜନ ସାଢେ ତିନି କିଲୋଗ୍ରାମ୍ । ଆଉ ସବୁଠାରୁ ବଡ କଥା ହେଉଛି ପ୍ରାୟ ୧୫ କିଲୋଗ୍ରାମ ଓଜନର ଅଳିଆ ଧରି ରଖିବାକୁ ଏହା ସକ୍ଷମ । ଅଳିଆ ମୁଣା ପୁରିଯିବା ପରେ, ଏହା ଆପେ ବନ୍ଦ ହୋଇଯାଇଥାଏ । ଏହାର ଆନୁମାନିକ ବଜାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ଦୁଇ ହଜାର ଟଙ୍କା ହେବ ।