ଚୀନ ସହ ଡୋକଲାମ ବିବାଦର ଓଡିଶାରେ ବଡଧରଣର ପ୍ରଭାବ : ରାଜ୍ୟର ପ୍ରମୁଖ ବାଣ ବଜାରରେ ୯୦ ପ୍ରତିଶତ କମିଲା ଚାଇନା ବାଣର ବିକ୍ରି

41

କନକ ବ୍ୟୁରୋ : ଓଡିଶାର ଅନ୍ୟତମ ବାଣ ବଜାର ଜଟଣୀରେ ଜୋରଦାର ଚାଲିଛି କାରବାର । ଜିଏସଟି ପ୍ରଭାବ ଟିକିଏ ପଡିଥିଲେ ବି ମାନ୍ଦାବସ୍ଥା ନାହିଁ । କିନ୍ତୁ ଏକ ନୂଆ କଥା ହେଉଛି ଯେଉଁଁ ଜଟଣୀ ବାଣ ବଜାରରେ ଚାଇନା ବାଣ ସବୁଠାରୁ ଅଧିକ ବିକ୍ରି ହୁଏ, ଏବେ ସେଠାରେ ଚାଇନା ବାଣ ପ୍ରାୟତଃ ନାହିଁ କହିଲେ ଭୁଲ ହେବ ନାହିଁ ।

ଓଡିଶାର ଆଉ ଏକ ସବୁଠାରୁ ବଡ ବାଣ ବଜାର ବ୍ରହ୍ମପୁରରେ ବି ସବୁ ବର୍ଷ ଚାଇନା ବାଣର ପସରା ମେଲିଯାଏ । କିନ୍ତୁ ଏଥର ଚିତ୍ର ବଦଳି ଯାଇଛି । ନା ଗ୍ରାହକ ଚାହୁଁଛନ୍ତି ଚାଇନା ବାଣ ନା ବ୍ୟବସାୟୀ ରଖୁଛନ୍ତି ଚୀନ ନିର୍ମିତ ବାଣ ଭୁୁବନେଶ୍ୱରରେ ବାଣ ବଜାରରେ ବି ସେଇ ସମାନ କଥା । ରାଜ୍ୟ କିମ୍ବା ଦେଶରେ ତିଆରି ବାଣ ହିଁ ପ୍ରଥମ ପସନ୍ଦ । କହୁଛନ୍ତି ଚଳିବ ନାହିଁ ଚାଇନା ବାଣ ।

ପ୍ରତିବର୍ଷ ଦୀପାବଳୀରେ ଓଡିଶାର ପ୍ରାୟ ୬୦ ପ୍ରତିଶତ ଚାଇନା ବାଣ ବିକ୍ରି ହୋଇଥାଏ । କିନ୍ତୁ ଡୋକଲାମରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହେବା ପରେ ଚୀନ ପ୍ରତି ଓଡିଶା ଲୋକଙ୍କ ମନୋଭାବରେ ବଡ ପରିବର୍ତନ ଆସିଛି । ଆଉ ପ୍ରାୟ ୯୦ ପ୍ରତିଶତ ଚାଇନା ବାଣ ଓଡିଶା ବାଣ ବଜାରରେ ବନ୍ଦ ହୋଇଯାଇଛି ।