ଭାରତ – ପାକ୍ ଭିତରେ ଚାଲିଥିବା ଗମ୍ଭୀର ସ୍ଥିତିକୁ ଆଖି ଆଗରେ ରଖି ଚୀନ୍ ନେଲା ବଡ ନିଷ୍ପତ୍ତି ! ପାକିସ୍ତାନ ଯାଉଥିବା ସବୁ ବିମାନକୁ କଲା ରଦ୍ଦ । 

325

ଭାରତ – ପାକ୍ ଭିତରେ ଚାଲିଥିବା ଗମ୍ଭୀର ସ୍ଥିତିକୁ ଦେଖି ପଡୋଶୀ ଦେଶ ଚୀନ୍ ଏକ ବଡ ନିଷ୍ପତି ନେଇଛି । ପାକ୍ ରୁ ଆସୁଥିବା ଏବଂ ଯାଉଥିବା ସବୁ ଫ୍ଲାଇଟକୁ ଚୀନ୍ ରଦ୍ଧ କରିଛି । ଏହାର ଖବର ଚୀନ୍ ମିଡିଆ ପ୍ରସାରଣ କରିଛି । ଆପଣଙ୍କୁ କହିରଖୁଛୁ କି ପାକ୍ ନିଜର ଏୟାରସ୍ପେଶ୍ କୁ ବନ୍ଦ କରିଦେଇଛି । ଏହି କାରଣରୁ ୟୁରୋପ ଏବଂ ଦକ୍ଷିଣ ପୂର୍ବ ଏସିଆ ମଧ୍ୟରେ ପ୍ରମୁଖ ମାର୍ଗ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ଯାତ୍ରୀ ଏଥିପାଇଁ ଫସି ଯାଇଛନ୍ତି ।

ଚୀନ୍ ଖବରକାଗଜରେ ଏହି ଫ୍ଲାଇଟ ସବୁର ଉଡାଣକୁ ରୋକା ଯାଇଥିବା କଥା କୁହାଯାଇଛି । ପାକିସ୍ତାନର ଏକ ଖବରକାଗଜ ଅନୁସାରେ ପାକିସ୍ତାନ ଏବଂ ଚୀନ୍ ଭିତରେ ସପ୍ତାହକୁ ୨୨ ଟି ବିମାନ ଉଡିଥାଏ । ପାକିସ୍ତାନ ତରଫରୁ ଏୟାରଲାଇନ୍ସ ବନ୍ଦ ହେବା ପରେ ବିଦେଶୀ ଏୟାରଲାଇନ୍ସରେ ଚୀନ୍ ସକାରାତ୍ମକ ଉପାୟ ନେବା କଥା କୁହାଯାଉଛି ।