ଆଣ୍ଟାର୍କଟିକାରେ ବିମାନବନ୍ଦର ତିଆରି କରିବ ଚୀନ୍ ! ଜାଣନ୍ତୁ କ’ଣ ରହିଛି ଚୀନର ଉଦ୍ଦେଶ୍ୟ ।

192

ଚୀନ ଦକ୍ଷିଣ ଭାଗରେ ନିଜ ପ୍ରଥମ ସ୍ଥାୟୀ ବିମାନ ବନ୍ଦର ନିର୍ମାଣ କରିବ । ଏହି ଏୟାରପୋର୍ଟ ବୈଜ୍ଞାନିକ ମାନଙ୍କୁ ସାମଗ୍ରୀ ଯୋଗାଇବ । ଏବଂ ଏହା ଆଣ୍ଟାର୍କଟିକାରେ ଟ୍ରାଫିକ ମ୍ୟାନେଜମେଣ୍ଟରେ ଉନ୍ନତି ଆଣିବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନୂତନ ବିମାନ ବନ୍ଦର ଦ୍ୱାରା ମଧ୍ୟମ ଏବଂ ବଡ ବିମାନ ଗୁଡିକର ଦକ୍ଷିଣ ଭାଗରୁ ଉଡାଣ ଭରିବା ଏବଂ ଅବତରଣ କରିବାରେ ସହାୟକ ହେବ । ଏହି ଅଭିଯାନ ଦ୍ୱାରା ଚୀନ ଏବେ ଆମେରିକା, ରୁଷିଆ, ବ୍ରିଟେନ୍, ଅଷ୍ଟ୍ରେଲିଆ ଏବଂ ନ୍ୟୁଜଲାଣ୍ଡ ଭଳି ଦେଶ ସହ ସାମିଲ ହେବ । ଏହି ଦେଶ ଗୁଡିକର ଆଣ୍ଟାର୍କଟିକାରେ ବିମାନ ବନ୍ଦର ରହିଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏହି ସ୍ଥାନ ସୁନା, ଚାନ୍ଦି, ପ୍ଲାଟିନମ୍ ଏବଂ କୋଇଲା ଭଳି ପ୍ରାକୃତିକ ଉତ୍ପାଦନ ସମ୍ପନ୍ନ ଅଟେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଣ୍ଟାର୍କଟିକାର ବରଫ କ୍ଷେତ୍ର ଅଞ୍ଚଳରେ ଚୀନର ଏହି ବିମାନବନ୍ଦର ତିଆରି ହେବାର ସମ୍ଭାବନା ରହିଛି । ଆମେରିକାର ଏକ ସର୍ବେକ୍ଷଣ ରିପୋର୍ଟ ଅନୁସାରେ, ଆର୍କଟିକ୍ ସର୍କଲରେ ଦିନିଆର ପାଖାପାଖି ୩୦ ପ୍ରତିଶତ ଗ୍ୟାସ ରହିଛି, ଯାହାକୁ ଏପର୍ଯ୍ୟନ୍ତ ସନ୍ଧାନ କରାଯାଇନାହିଁ । ତେବେ ଚୀନର ବୈଜ୍ଞାନିକ ମାନେ ୨୦୦୯ ମସିହାରେ ଆଣ୍ଟାର୍କଟିକାରେ ୨୫ତମ ଅଭିଯାନ ସମୟରେ ଫିକ୍ସଡ ୱିଙ୍ଗ ବିମାନ ପାଇଁ ୪ କିଲୋମିଟର ଲମ୍ବା ଏବଂ ୫୦ ମିଟର ଚଉଡା ବିମାନରାସ୍ତାର ନିର୍ମାଣ କରିଥିଲା ।