ଚୀନର ଗୁଲାମ ହେବ ପାକିସ୍ତାନ ! ଗ୍ୱାଦରରେ ସହର ନିର୍ମାଣ କରୁଛି ଚୀନ୍, ବସବାସ କରିବେ କେବଳ ଚୀନବାସୀ ।

26

ଭାରତର ପଡୋଶୀ ରାଷ୍ଟ୍ର ଚୀନ୍ ଏବେ ପାକିସ୍ତାନରେ ଏକ ନୂଆ ସହର ସ୍ଥାପନା କରିବାକୁ ଯାଉଛି । ଏବଂ ଏଥିପାଇଁ କାମ ମଧ୍ୟ ଆରମ୍ଭ କରିଦେଇଛି । ଚୀନ-ପାକିସ୍ତାନ ଇକୋନୋମିକ କରିଡର (ସିପିଇସି) ଅନୁଯାୟୀ ଚୀନ, ଗ୍ୱାଦର ଠାରେ ନିଜର ୫ ଲକ୍ଷ ନାଗରିକମାନଙ୍କ ପାଇଁ ୧୫ କୋଟି ଡଲାର ବିନିମୟରେ ଏକ ସହର ସ୍ଥାପନା କରିବା କାର୍ଯ୍ୟ ଆରମ୍ଭ କରିଛି । ଦକ୍ଷିଣ ଏସିଆରେ ଏହା ଚୀନର ପ୍ରଥମ ସହର ହେବ । ଯଦି ଚୀନର ଏହି ଯୋଜନା ସଫଳ ହୁଏ ତେବେ ୱାର୍ଲ୍ଡ ଟ୍ରେଡରେ ଚୀନର ଦଖଲ ଆହୁରି ବଢିଯିବ । ଏହା ସହ ଦକ୍ଷିଣ ଏସିଆରେ ମଧ୍ୟ ଚୀନର ଦଖଲ ବଢିବ ।

ତେବେ ଅନୁମାନ କରାଯାଉଛି ଯେ, ୨୦୨୨ ସୁଦ୍ଧା ଏହି ସହରର ନିର୍ମାଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ । ଆଉ ଏଠାରେ ପାଖାପାଖି ୫ ଲକ୍ଷ ଲୋକ ବସବାସ କରିବେ । ଏହି ପୁରା ପ୍ରୋଜେକ୍ଟର ମୂଲ୍ୟ ପାଖାପାଖି ୧୫୦ ମିଲିୟନ୍ ଡଲାର ହେବ । ଏହି ସହର ପାକିସ୍ତାନର ଗ୍ୱାଦର ଠାରେ ସ୍ଥାପନ କରାଯିବ । ଆଉ ଏହି ସହରରେ କେବଳ ଚୀନବାସୀମାନେ ହିଁ ରହିବେ ।

ଆଫ୍ରିକା ଏବଂ ସେଣ୍ଟ୍ରାଲ ଏସିଆରେ କାମ କରୁଥିବା ନିଜ ଅଧିବାସୀ ମାନଙ୍କ ପାଇଁ ଚୀନ୍, ସେଠାରେ କମ୍ପଲେକ୍ସ ଏବଂ ସବ ସିଟି ପ୍ରସ୍ତୁତ କରିଛି । ଚୀନ ଅଧିବାସୀଙ୍କ ନାଁରେ ଅଭିଯୋଗ ରହିଛି ଯେ, ସେମାନେ ପୂର୍ବ ରୁଷ ଏବଂ ମିଆଁମାରର ଉତ୍ତର ପାଶ୍ୱର୍ରେ କେତେକ ଅଂଶକୁ କବଜା କରିନେଇଛନ୍ତି । ଚୀନ ଅଧିବାସୀଙ୍କ ପାଇଁ ଏଭଳି ରେସିଡେନ୍ସସିଆଲ୍ ପ୍ରୋଜେକ୍ଟକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।