ଭାରତ ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର ! ବ୍ରହ୍ମପୁତ୍ରର ପାଣି ରୋକୁଛି ଚୀନ୍, ଶୁଖିଲା ପଡ଼ିଛି ଅରୁଣାଚଳର ଅନେକ ଅଂଚଳ

51

କନକ ବ୍ୟୁରୋ : ଚୀନ୍ ଲଗାତାର ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି । କେତେବେଳେ ଭାରତର ଶତ୍ରୁଦେଶ ପାକିସ୍ତାନକୁ ଅସ୍ତ୍ରଶସ୍ତ ଯୋଗାଇ ଆଉ କେତେବେଳେ ପାକିସ୍ତାନକୁ ଋଣ ଦେଇ । ଉଭୟ ଚୀନ ଓ ପାକିସ୍ତାନ ଲଗାତାର ଭାରତ ବିରୋଧରେ ମିଳିତ ଭାବେ ଷଡ଼ଯନ୍ତ୍ର ରଚୁଛନ୍ତି । ଅନ୍ୟପଟେ ଭାରତୀୟ ସୀମାରେ ଚୀନ ଲଗାତାର ଅନୁପ୍ରବେଶ ଉଧ୍ୟମ କରୁଛି । ତେବେ ବର୍ତ୍ତମାନ ଚୀନ ଭାରତ ବିରୋଧରେ ଆଉ ଏକ ଷଡ଼ଯନ୍ତ୍ର କରୁଛି, ଯାହା ଭାରତ ପାଇଁ ଆଗାମୀ ସମୟରେ ଅସୁବିଧା ସୃଷ୍ଟି କରିବ । ତିବ୍ଦତ ରାସ୍ତାରେ ଭାରତରେ ବହୁଥିବା ବ୍ରହ୍ମପୁତ୍ର ନଦୀର ପାଣି ରୋକିଛି ଚୀନ୍ । ପାଣି ରୋକିବା ଯୋଗୁଁ ଅରୁଣାଚଳ ପ୍ରଦେଶର ଏକ ବଡ଼ ଅଂଶ ଶୁଖିଲା ପଡ଼ିଯାଇଛି । ଏପରି ହେଲେ ଆଗକୁ ସ୍ଥାନୀୟ ବାସିନ୍ଦା ଅନେକ ଅସୁବିଧାର ସମ୍ମୁଖୀନ ହେବେ ।

ପାଣି ରୋକିବା ଯୋଗୁଁ ଅରୁଣାଚଳ ପ୍ରଦେଶର ତୁତୁଂ, ୟୋଙ୍ଗକ୍ୟୋଙ୍ଗ ଓ ଘାସିଘାଟ ଅଂଶ ଶୁଖିଲା ପଡ଼ିଛି । ଏନେଇ ଅରୁଣାଚଳ ପ୍ରଦେଶର କଂଗ୍ରେସ ସାଂସଦ ନିନୋଙ୍ଗ ଏରିଙ୍ଗ ଜଳ ସଂସାଧନ ରାଜ୍ୟମନ୍ତ୍ରୀ ଅର୍ଜୁନ ରାମ ମେଘବାଳଙ୍କୁ ପତ୍ର ଜରିଆରେ ଅବଗତ କରାଇଛନ୍ତି । ସୂଚନାଯୋଗ୍ୟ ଚୀନ, ତିିବ୍ଦତରେ ବହୁଥିବା ୟାରଲୁଙ୍ଗ ସାଙ୍ଗପୋ ନଦୀର ପାଣି ରୋକିଦେଇଛି । ଏହି ନଦୀ ଅରୁଣାଚଳରେ ପ୍ରବେଶ କଲେ ଏହାକୁ ସିୟାଙ୍ଗ ନାମରେ ଜଣାଯାଏ । ଆଉ ଆସାମରେ ଏହି ନଦୀ ବ୍ରହ୍ମପୁତ୍ର ନାମରେ ପରିଚିତ ।