ଦଲାଇଲାମାଙ୍କ ଗସ୍ତକୁ ନେଇ ଭାରତକୁ ଚୀନର ନାଲି ଆଖି ! କହିଲା ସୁରକ୍ଷା ଓ ସାର୍ବଭୌମତ୍ୱ ପାଇଁ ଗ୍ରହଣ କରିବୁ କାର୍ଯ୍ୟାନୁଷ୍ଠାନ

49

କନକ ବ୍ୟୁରୋ : ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଗସ୍ତକୁ ନେଇ କ୍ଷୁବ୍ଧ ହୋଇପଡିଛି ଚୀନ । ଭାରତକୁ ଧମକ ଦେଇଛି ଯେ ସୀମା ଓ ସାର୍ବଭୌମତ୍ୱ ସୁରକ୍ଷା ଲାଗି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଚୀନ କଣକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ସ୍ପଷ୍ଟ କରିନାହିଁ ।

ଚୀନର ଏହି ଧମକ ଦୁଇ ଦେଶ ମଧ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବ ବୋଲି କୁହାଯାଉଛି । ଚୀନ ପକ୍ଷରୁ କୁହାଯାଇଛି ଦଲାଇଲାମାଙ୍କ ଗସ୍ତ ଦୁଇ ଦେଶର ସମ୍ପର୍କକୁ କ୍ଷତିଗ୍ରସ୍ତ କରିବ । ଅରୁଣାଚଳ ପ୍ରଦେଶକୁ ତିବ୍ଦତର ଅଂଶ ଭାବେ ବର୍ଣ୍ଣନା କରି ଚୀନ କହିଛି ଏଠି ବେଆଇନ ଶାସନ ଚାଲିଛି ।