ଆକ୍ରମଣ ପାଇଁ ସମରସଜ୍ଜା : କରାଚୀରେ ଚୀନର ଅତ୍ୟାଧୁନିକ ପରମାଣୁ ବୁଡାଜାହାଜ, ଭାରତକୁ ଟାର୍ଗେଟ

35

କନକ ବ୍ୟୁରୋ : କରାଚୀରେ ଚୀନ୍ ପରମାଣୁ ବୁଡାଜାହାଜ । ଭାରତକୁ ଚୀନର ଟାର୍ଗେଟ । ପାକିସ୍ତାନକୁ ଗୋପନରେ ସାମରିକ ସହାୟତା ଦେଉଛି ଚୀନ୍ । ଏପରିକି ଭାରତୀୟ ନୌସେନାର ଗତିବିଧି ଉପରେ ନଜର ରଖିବାକୁ କରାଚୀ ବନ୍ଦରରେ ଚୀନ୍ ଏକ ଅତ୍ୟାଧୁନିକ ପରମାଣୁ ଶକ୍ତିସମ୍ପନ୍ନ ବୁଡାଜାହାଜ ମୁତୟନ କରିଛି । ୨୦୧୬ ମେ’ରେ ଗୁଗୁଲ ଉପଗ୍ରହ ପଠାଇଥିବା ଏକ ଫଟୋରୁ ଏହା ସ୍ପଷ୍ଟ ହୋଇଛି ।

କରାଚୀ ବନ୍ଦରରେ ଏହି ଚିତ୍ରକୁ ସର୍ବପ୍ରଥମେ ଜଣେ ସାଟେଲାଇଟ୍ ଚିତ୍ର ବିଶେଷଜ୍ଞ ଦେଖିବା ପରେ ଏହାକୁ ଟ୍ୱିଟରରେ ଛାଡିଥିଲେ । ବୁଡାଜାହାଜଟି ଚୀନ୍ ନୌସେନାର ୦୯୧ ଟାଇପ୍ ହାନ୍ ଶ୍ରେଣୀର ଯୁଦ୍ଧ ବୁଡାଜାହାଜ ବୋଲି ଜଣାପଡିଛି । ଏହା ନିଶବ୍ଦରେ ଗତି କରୁଥିବାରୁ ଏହାକୁ କେହି ଠାବ କରିପାରିବେ ନାହିଁ । ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଏକ ଆଣିବିକ ରିଆକ୍ଟର ଏବଂ ବିଭିନ୍ନ ଗୁଇନ୍ଦା ଯନ୍ତ୍ରାଂଶ ଲାଗିଛି ।