ପୁଣି ଚିଲିକା ମଝିରେ ଦେଖିବାକୁ ମିଳିଲା ଘୂର୍ଣ୍ଣିଝଡ : ୪୦୦ ରୁ ୫୦୦ ମିଟର ପର୍ଯ୍ୟନ୍ତ ଉଠିଲା ପାଣି

52

କନକ ବ୍ୟୁରୋ : ଚିଲିକା ମଝିରେ ପୁଣି ଘୂର୍ଣ୍ଣିଝଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ମଝିରେ । ଗତାକାଲି ସକାଳୁ ବାଲୁଗାଁ ଜେଟି ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଚିଲିକା ମଝିରେ ଏହି ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସ୍ଥଳଭାଗରେ ଘୂର୍ଣ୍ଣିଝଡ ଭଳି ଚିଲିକା ମଝିରେ ଘୂର୍ଣ୍ଣିବାୟୁ ସଦୃଶ୍ୟ ଏହି ଚକ୍ରବାତ ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟକୁ ଦେଖି କିଛି ଲୋକ ଏହାକୁ ମୋବାଇଲରେ ରେକର୍ଡ କରିିଥିଲେ । ମାତ୍ର ୨ ସପ୍ତାହ ପୂର୍ବରୁ ଗମ୍ଭାରୀ ପଂଚାୟତ ଟୁଆ ଗାଁ ନିକଟରେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

 

କୃଷ୍ଣପ୍ରସାଦ ଇଲାକାରେ କଲାହାଣ୍ଡିଆ ମେଘ ସହ ଜୋରରେ ପବନ ବୋହିଥିଲା । ଏଥିରେ ଟୁଆ ଗାଁରେ ଏକ ଘରର ୩ ବଖରା ଆଜବେଷ୍ଟ ଘର ଉଡିଯାଇଥିଲା । ପବନରେ ଘରର ଆଜବେଷ୍ଟସ ପ୍ରାୟ ୫ ଶହ ଫୁଟ ଉପରକୁ ଉଠିଯାଇଥିଲା । ତେବେ ଗତକାଲି ଯାଇଥିବା ଏହି ଚଳ୍ରବାତରେ ସେଭଳି କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଚକ୍ରବାତ ପ୍ରାୟ ୪୦୦ରୁ ୫୦୦ ମିଟର ପର୍ଯ୍ୟନ୍ତ ଉପରକୁ ଉଠିଥିଲା