ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶୀକାର : ସୋରଣ ଜେଟି ଅଂଚଳରୁ ଶତାଧିକ ମୃତ ପକ୍ଷୀ ଜବତ, ଶିକାରୀ ଫେରାର

112

କନକ ବ୍ୟୁରୋ : ଚିଲିକାରେ ଚାଲିଛି ଅବାଧ ପକ୍ଷୀ ଶୀକାର । ସୋରଣ ଜେଟି ଅଂଚଳରୁ ଶତାଧିକ ମୃତ ପକ୍ଷୀ ଜବତ କରାଯିବା ପରେ ଏହା ସ୍ପଷ୍ଟ ହୋଇଛି । ଚିଲିକା ବ୍ଲକ ସୋରଣର ଚିଲିକା ଉପକୂଳ ଜେଟି ଅଂଚଳରେ ଟାଙ୍ଗି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚଢଉ କରାଯାଇ ବିଭିନ୍ନ ପ୍ରଜାତିର ୧୦୦ରୁ ଅଧିକ ମୃତ ପକ୍ଷୀକୁ ଜବତ କରାଯାଇଛି । ଏହି ଘଟଣାରେ ଶିକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ସେମାନଙ୍କ ୨ଟି ବାଇକ୍ ବନ କର୍ମଚାରୀ ଜବତ କରିଛନ୍ତି । ଚିଲିକାରେ ଅବାଧ ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ଘଟଣା ତାହାର ପ୍ରମାଣ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ।

ସେପଟେ ଚିଲିକାରେ ପକ୍ଷୀ ଗଣନାର ରିପୋର୍ଟ ପ୍ରକାଶ ପାଇଛି । ଚିଲିକାରେ ମୋଟ ୧୦ ଲକ୍ଷ ୪୭ ହଜାର ୯୬୮ । କେବଳ ନଳବଣରେ ୩ ଲକ୍ଷ ୯୩ ହଜାର ୫୪୧ ପକ୍ଷୀ ଥିବା କୁହାଯାଉଛି । ଚିଲିକାରେ ଚଳିତ ବର୍ଷ ମୋଟ ୧୮୧ ପ୍ରଜାତିର ପକ୍ଷୀ ଥିବା ଗଣନାରୁ ଜଣାପଡିଛି । ଏହା ସହ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି ବୋଲି ସୂଚନା ଦେଇଛନ୍ତି ଚିଲିକା ଡିଏଫଓ । ସେପଟେ ହୀରାକୁଦ ଡ୍ୟାମ ଅଂଚଳରେ ପକ୍ଷୀଗଣନା ।