ଚିଲିକାର ଜହ୍ନିକୁଦା ଘାଟ ନିକଟରେ ଭାରସାମ୍ୟ ହରାଇ ଅଟକିଲା ଫେରି ! ଭୁଲ ରୁଟ ଯୋଗୁ ଅଧା ବାଟରେ ଅଟକିଲା ବୋଟ

21

କନକ ବ୍ୟୁରୋ : ବ୍ରହ୍ମଗିରି ଚିଲିକାର ଜହ୍ନିକୁଦା ଘାଟ ନିକଟରେ ଭାରସାମ୍ୟ ହରାଇ ଅଟକିଲା ଫେରି । ଭୁଲ ରୁଟ ଯୋଗୁ କାଦୁଅରେ ମଝି ଚିଲିକାରେ ଫେରିଟି ଫସିରହିଥିବା ଜଣାପଡିଛି । ପାଖପାଖି ୧୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡା ଆସୁଥିଲା ଫେରି ।

ଯାତ୍ରୀମାନେ ଫସିରହିଥିବା ବେଳେ ସେମାନଙ୍କ ଉଦ୍ଧାର ପାଇଁ ଆଉ ଏକ ଫେରି ଯାଇଥିଲା । ଘଂଟାଏ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଫେରିରେ ୧୫୦ରୁ ଅଧିକ ଯାତ୍ରୀ ସମେତ ଗୋଟିଏ ବସ ସହ କିଛି ଯାନବାହନ ଥିଲା । ମିଳିଥିବା ସୂଚନା ଅନୁସାରେ , ଆଜି ୩ଟା ୪୫ ମିନିଟରେ ଜହ୍ନିକୁଦା ଘାଟରୁ ଆସୁଥିଲା । ସେଥିିରେ ୧୫୦ ଯାତ୍ରୀଙ୍କ ସହ ଏକ ବସ ଥିଲା । ଜହ୍ନିକୁଦା ଘାଟରୁ ସାତପଡା ଘାଟ ୫କିଲୋମିଟର । ଫେରିଟି ଜହ୍ନିକୁଦା ଘାଟ ଛାଡିବାର ୧କିଲୋମିଟର ପରେ ପାଖାପାଖି ମଝି ଚିଲିକାରେ ହଠାତ୍ ଫେରିଟି ଭାରସାମ୍ୟ ହରାଇଥିଲା । ତାର ଯେଉଁ ନାଳ ବା ଚାନେଲ ରହିଛି , ତାର ବାହାରକୁ ଚାଲିଗଲା ଏବଂ ପରେ ଦୁର୍ଘଟଣାର ଶୀକାର ହୋଇଛି । ଯାତ୍ରୀମାନେ ଚିକ୍ରାର କରିବାକୁ ଲାଗିଥିଲେ ।

ପବନ ଖୁବ୍ ଜୋରରେ ବହୁଥିବା ଯୋଗୁଁ ଫେରିଟି ବୁଡିଯିବା ନେଇ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ସେଠାକୁ ଏକ  ଉଦ୍ଧାରକାରୀ ଦଳ ଯାଇଥିଲେ । ସେମାନଙ୍କର ପ୍ରଥମ ଲକ୍ଷý ଥିଲା କେମିତି ଯାତ୍ରୀମାନଙ୍କୁ ଉଦ୍ଧାର କରିବେ । ପାଖରେ ଥିବା ମାଛ ଧରାଳୀମାନେ ମଧ୍ୟ ଡଙ୍ଗା ନେଇ ଯାଇ ସାହାଯ୍ୟ କରିଥିଲେ । କିଛି ଲୋକଙ୍କୁ ଉଦ୍ଧାର କରିଥିଲେ ।