ଚିଲିକା ସାଂସ୍କୃତିକ ମହାକୁମ୍ଭ ! ସାତ ଦିନ ଧରି ଦେଖିବା ପାଇଁ ମିଳିବ ଓଡ଼ିଶାର ଲୋକ ନୃତ୍ୟ ଓ କଳା ସଂସ୍କୃତିର ଝଲକ

41

କନକ ବ୍ୟୁରୋ : ଓଡ଼ିଶାର ଲୋକନୃତ୍ୟ, ଓଡ଼ିଶାର କଳା ସଂସ୍କୃତିର ପରିଚାୟକ । ଉତ୍କୃଷ୍ଟ ଗୌରବମୟ ଇତିହାସ, ସମୃଦ୍ଧ ପରମ୍ପରା, ଐତିହ, କଳା, ଓ ସଂସ୍କୃତିର ଗନ୍ତାଘର ହେଲା ଓଡିଶା । ଓଡ଼ିଶାବାସୀଙ୍କ ଚାଲିଚଳଣି, ସଂସ୍କୃତି ଓ ପରମ୍ପରା ଦେଶର ଅନ୍ୟ ଞ୍ଚଳ ଠାରୁ ଭିନ୍ନ ଓ ସ୍ଵତନ୍ତ୍ର  । ଆମ ରାଜ୍ୟ ଓଡ଼ିଶାରେ ବିଭିନ୍ନ ସମୟରେ ଅନୁଷ୍ଠିତ ହୁଏ ବିଭିନ୍ନ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଆସନ୍ତା ଡିସେମ୍ବର ୧୦ ତାରିଖରେ ଚିଲିକାରେ ଅନୁଷ୍ଠିତ ହେବ ସାଂସ୍କୃ୍ୃତିକ ମହାକୁମ୍ଭ । ଦେଶର ବିଭିନ୍ନ ଲୋକ କଳାକୁ ଗୋଟିଏ ମଂଚରେ ଦେଖିବା ପାଇଁ ମିଳିବ ।

ଚଳିତ ବର୍ଷ ୨୦୧୭ ଚିଲିକା ସାଂସ୍କୃତିକ ମହାକୁମ୍ଭକୁ ଉଦଘାଟନ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର । ୧୦ରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ଚିଲିକା ସାଂସ୍କୃତିକ ମହାସଂଘ । ଏହା ପୂର୍ବରୁ ଓଡ଼ିଆର୍ଟ ମ୍ୟୁଜିୟମର ଉଦଘାଟନ ହେବ । ଯହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୯ ଡିସେମ୍ବରରେ ଉଦଘାଟନ କରିବେ । ପ୍ରବଳ ଶୀତ ସାଙ୍ଗକୁ ଏହି ଉତ୍ସବ ଲୋକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ଉତ୍ତରା ପବନ ସାଙ୍ଗକୁ କୋହଲା ପବନରେ ଦର୍ଶକ ଓ ପର୍ୟ୍ୟଟକ ଗୋଟିଏ ମଚଂରେ ବାନ୍ଧିହେବେ ।

ଡିସେମ୍ବର୧୦ ତାରିଖରେ ଚିଲିକା ସାଂସ୍କୃତିକ ମହାକୁମ୍ଭ ଉଦଘାଟନ ପରେ ୪ଟାରୁ ଆରମ୍ଭ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସି କଳାକାର ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ୧୦ ତାରିଖ ଦିନ କାଲିଯାଇ ବନ୍ଦନାରେ ଆରମ୍ଭ ହେବ କାର୍ଯ୍ୟକମ । ମଣିପୁର, ତ୍ରିପୁରା, ଆସାମ , ପଶ୍ଚିମବଙ୍ଗରୁ ଆସିଥିବା କଳାକାର ମାନେ ନୃତ୍ୟ ପରିବେଷଣ କରିବେ । ୭ ଦିନ ପର୍ଯ୍ୟନ୍ତ ଲାଗି ରହିବ ଚିଲିକା ସାଂସ୍କୃତିକ ମହାକୁମ୍ଭ । ଡିସେମ୍ବର ୧୬ରେ ଶେଷହେବ ଏହି ସାଂସ୍କୃତିକ ମହାକୁମ୍ଭ । ଉଦଯାପନୀ ଦିବସରେ ଗୋଟିପୁଅ, ପ୍ରହ୍ଲାଦ ନାଟକ, ଦୁଲଦୁଲି ଆଦି ନୃତ୍ୟ ପରିବେଶଷ ହେବ । ବ୍ରହ୍ମପୁର, ବଲାଙ୍ଗୀର ଓ ରଘୁରାଜପୁରର କଳାକାର ମାନେ କଳା ପ୍ରଦର୍ଶନ କରିବେ । ତେବେ ଏହି ସାଂସ୍କୃତିକ ମହାକୁମ୍ବ ନେଇ କେବଳ ଚିଲିକାବାସୀ ନୁହେଁ ସାରା ଓଡ଼଼ିଶାବାସୀ ବେଶ ଉତ୍ସାହିତ ଅଛନ୍ତି ।