ଚିଲିକାରେ ଅଘଟଣ : ଡଙ୍ଗା ବୁଡି ୩ ମୃତ, ଅନେକ ଯାତ୍ରୀ ନିଖୋଜ

60

କନକ ବ୍ୟୁରୋ : ଚିଲିକାରେ ଡଙ୍ଗା ବୁଡି । ୩ ଜଣ ଯାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି କେତେ ଜଣ ନିଖୋଜ ଥିବା ପ୍ରାଥମିକ ସୂଚନା ମିଳିଛି । ଉଦ୍ଧାର କରାଯାଇଥିବା ଯାତ୍ରୀଙ୍କୁ ଛତ୍ରପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ୧୦ଜଣଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରେ ଜଣେ ୬ବର୍ଷର ଶିଶୁ ରହିଛି । ତାର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ ଡଙ୍ଗାରେ ୨୫ଜଣ ଯାତ୍ରୀ ଥିବା ସୂଚନା ମିଳିଛି ।

୨୫ଜଣ ସାବୁଳିଆ ଜେଟିରୁ ଘଂଟଶିଳା ବଣଭୋଜି କରିବା ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକେ ଅନେକ ଡଙ୍ଗା ସାହାଯ୍ୟରେ ଚିଲିକା ଭିତରକୁ ଯାଇ ଖୋଜାଖୋଜି ଆରମ୍ଭ କରିଛନ୍ତି ।