ଚିଲିକାରେ ପକ୍ଷୀଗଣନା ଶେଷ: ୧୬୭ ପ୍ରଜାତିର ପ୍ରାୟ ସାଢେ ୯ ଲକ୍ଷ ପକ୍ଷୀଙ୍କ ଭିଡ

17

କନକ ବ୍ୟୁରୋ : ଶେଷ ହୋଇଛି ଚିଲିକାରେ ପକ୍ଷୀଗଣନା । ଆସିଛି ଚଳିତବର୍ଷ ଚିଲିକାର ପକ୍ଷୀ ଗଣନା ରିପୋର୍ଟ । ଏହି ହ୍ରଦରେ ଏଥର ଆସିଛନ୍ତି ୯ ଲକ୍ଷ ୪୭ ହଜାର ୧୧୯ ପକ୍ଷୀ । ସେଥିମଧ୍ୟରୁ ନଳବଣରେ ୩ ଲକ୍ଷ ୭୪ ହଜାର ୭୫୭ ପକ୍ଷୀ ରହିଥିବା ଗଣନାରୁ ଜଣାପଡିଛି । ବିଦେଶୀ ପକ୍ଷୀ ଟ୍ରିଂଟେଲ ପକ୍ଷୀ ସବୁଠାରୁ ଅଧିକ ଆସିଥିବା ବେଳେ ସେମାନଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୯୪୬ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ୧୬୭ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଛନ୍ତି । ସେପଟେ ରାଜ୍ୟରେ ଚିଲିକା ସମେତ ୫ଟି ରେଂଜରେ ପକ୍ଷୀ ଗଣନା କରାଯାଇଛି ।

ଦେଖନ୍ତୁ ଏହି ଭିଡିଓ :