ଆଜି ଶିଶୁ ଦିବସ : ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ମନେ ପକାଉଛି ସାରା ଦେଶ

488

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଶିଶୁ ଦିବସ, ଆଜିର ଦିନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ ।

ଛୋଟ ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ସେହ୍ନ ଓ ଭଲପାଇବା ଥିଲା । ଏଥିପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ଶିଶୁ ଦିବସ ଅବସରରେ ଦେଶରେ ବିଭିନ୍ନ ସ୍ଥାନରେ ଆଜି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି ।