ବୟସ ମାତ୍ର ୬, କିନ୍ତୁ ତାଙ୍କ ବାଇକ୍ ଚାଳନା ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ବିଶ୍ୱ ଚାମ୍ପିୟନସିପ୍ ଯିବେ ବିରାଜ ।

133

ବାଇକକୁ ଟିକେ ସ୍ପିଡରେ ଚଲାଇବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ଆପଣ ମଧ୍ୟ ରାସ୍ତାରେ ଗଲାବେଳେ ଅନେକ ବାଇକ ଚାଳକ ଗାଡିକୁ ସ୍ପିଡରେ ଚଳାଉଥିବାର ଆପଣ ଦେଖିଥିବେ । କିନ୍ତୁ କେବେ କୌଣସି ଛୋଟ ପିଲା ସ୍ପିଡରେ ବାଇକ ଚଲାଉଥିବାର ଦେଖିଛନ୍ତି କି । ତାହା ପୁଣି ମାତ୍ର ୬ ବର୍ଷରେ ଜଣେ କୁନି ପୁଅ । ଇନ୍ଦୋରର ବିରାଜ ରାଠୋର କିଛି ଏଭଳି ହିଁ କମାଲ କରୁଛନ୍ତି । ଆଉ ଏହି କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ବିରାଜକୁ ଚୟନ କରାଯାଇଛି ।

୨୦୧୯ରେ ହେବାକୁ ଥିବା ଏହି ରେସରେ ବିରାଜ ଦେଶର ସବୁଠାରୁ କମ ବୟସର ରେସର ହେବେ । ବିରାଜଙ୍କ ବାପା ୟଶରାଜ ମଧ୍ୟ ଜଣେ ବାଇକ୍ ରାଇଡର ଏବଂ ଅନ୍ତର୍ରାଷ୍ଟ୍ରୀୟ ସ୍ଥରୀୟ ଇଭେଣ୍ଟରେ ମଧ୍ୟ ସେ ଅଂଶଗ୍ରହଣ କରିସାରିଛନ୍ତି । ତେବେ ବିରାଜ ଅଂଶଗ୍ରହଣ କରିବାକୁ ରେସରେ ଆୟୋଜକ ଅଷ୍ଟ୍ରେଲିଆ ବ୍ୟତୀତ ଆମେରିକା, କାନାଡା, ଚୀନ୍, ଇଣ୍ଡୋନେସିଆ, ଜର୍ମାନୀ, ରୁଷ, ଥାଇଲାଣ୍ଡ, ସ୍ପେନ୍, ଇଟାଲୀ ଆଦି ଦେଶ ଗୁଡିକର ବାଇକର୍ସ ଯୋଗ ଦେବେ ।