ପିଲାଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମଧ୍ୟପ୍ରଦେଶର ମସ୍ତାନୀ ମହଲ : ପିଲାଏ ଆସୁଛନ୍ତି ବୁଲିବାକୁ ଓ ପଚାରୁଛନ୍ତି, ‘ଦୀପିକା ପାଦୁକୋଣ ଏଠି ରହୁଥିଲେ କି ?’

41

ମଧ୍ୟପ୍ରଦେଶର ଛତରପୁରରୁ ଝାଂସୀ ଆଡକୁ ୧୫ କିମି ଯାତ୍ରା କଲେ ମଉ ସହନିୟାଁ ନାମକ ଏକ ସ୍ଥାନ ଅଛି । ମଉସାନିୟାରୁ ବାମ ପଟକୁ ଗଲେ ଦେଖିବାକୁ ମିଳିବ ମସ୍ତାନୀ ମହଲ ଓ ଛତ୍ରସାଲ ମ୍ୟୁଜିୟମ । ଏଇଟା ହେଉଛି ସେହି ମସ୍ତାନୀ ମହଲ ଯେଉଁଠି ବାଜିରାଓ-ମସ୍ତାନୀର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।

ଇତିହାସ କହେ କି, ଏହି ମହଲର ନିର୍ମାଣ ରାଜା ଛତ୍ରସାଲ ୧୬୯୬ରେ ଛତରପୁରର ଧୁବେଲାରେ ନିର୍ମାଣ କରାଇଥିଲେ । ରାଜା ଛତ୍ରସାଲ ମସ୍ତାନୀ ବାଇକୁ ଝିଅ ମାନୁଥିଲେ । କୁହାଯାଏ କି, ମସ୍ତାନୀ, ଛତ୍ରସାଲ ଓ ତାଙ୍କର ମୁସଲମାନ ପତ୍ନୀ ରୁହାନୀ ବେଗମ୍ କେବେ ହାଇଦ୍ରାବାଦର ନବାବଙ୍କ ମହଲରେ ନର୍ତ୍ତକୀ ଥିଲେ । କିଛି ଲୋକ କୁହନ୍ତି କି ରାଜା ଛତ୍ରସାଲ ମସ୍ତାନୀକୁ ପୋଷ୍ୟ ଗ୍ରହଣ କରିଥିଲେ । ଯେଉଁ ମହଲ ଏଠି ଅବସ୍ଥିତ ସେଇଠି ମସ୍ତାନୀଙ୍କ ଶୈଶବ ବିତିଥିଲା ।

ମସ୍ତାନୀ ମହଲ ବାହାରେ ବସିଥିବା ଗାର୍ଡ ରାମସେବକ କୁହନ୍ତି କି ଶୀତ ଋତୁରେ ବହୁତ ଲୋକ ଏଠିକି ଆସନ୍ତି । ବାଜିରାଓ-ମସ୍ତାନୀ ଫିଲ୍ମ ରିଲିଜ୍ ହେବା ପରେ ପିଲାମାନେ ସେହି ସ୍ଥାନକୁ ଅଧିକ ଆସୁଛନ୍ତି । ରାମସେବକ ହସି ହସି କୁହନ୍ତି କି, ଅଧିକାଂଶ ସମୟରେ ପିଲାମାନେ ପ୍ରଶ୍ନ ପଚାରନ୍ତି କି ଏହି ମହଲରେ ଦୀପିକା କେଉଁଠି ରହୁଥିଲେ ? ମୁଁ ଦୀପିକା କିଏ ଜାଣିନି, କିନ୍ତୁ ତାଙ୍କୁ ଜଣାଇଦିଏ ଯେ, ଏଠି ରାଜା ଛତ୍ରସାଲଙ୍କ ଝିଅ ମସ୍ତାନୀ ରହୁଥିଲେ ।