ପୁଣି ଶିଶୁକୁ ଅମାନୁଷିକ ଅତ୍ୟାଚାର: ୩ ବର୍ଷର କୁନିଝିଅକୁ ପ୍ରବଳ ମାଡ ମାରିବା ସହ ଚେଙ୍କ ଦେଲା ଜନ୍ମକଲା ମାଆ; ଦ୍ୱିତୀୟ ସ୍ୱାମୀ ସହ ମିଶି ଶିଶୁକନ୍ୟାକୁ ସବୁବେଳେ ମାଡ ମାରୁଥିବା ଅଭିଯୋଗ

2,142

କନକ ବ୍ୟୁରୋ: ସିଡିଏ ଅଂଚଳରେ ପୁଣି ଜଣେ ଶିଶୁକୁ ଅମାନୁଷିକ ଅତ୍ୟାଚାର । ଜନ୍ମକଲା ମାଆ ୩ ବର୍ଷର ଶିଶୁକନ୍ୟାକୁ ପ୍ରବଳ ମାଡ ମାରିବା ସହ ପାଦକୁ ଚେଙ୍କ ଦେବାଭଳି ଅଭାବନୀୟ କାର୍ଯ୍ୟ କରିଛନ୍ତିି । କଟକ କାଠଯୋଡି ଅଂଚଳରେ ଘଟିଛି ଏଭଳି ଘଟଣା । ନିଜର ଦ୍ୱିତୀୟ ସ୍ୱାମୀ ସହ ମିଶି ଶିଶୁକନ୍ୟାକୁ ସବୁବେଳେ ମାଡ ମାରୁଥିବା ବେଳେ ବେଳେ ବର୍ତମାନ ସୀମା ଟପିଯାଇଛି ଅତ୍ୟାଚାର ।

ଆଜି ପ୍ରବଳ ମାଡଖାଇ ଝିଅଟି କାନ୍ଦୁଥିବା ବେଳେ ସାହିର କିଛି ଲୋକ ଏନେଇ ଚାଇଲଡ ଲାଇନକୁ ଖବର ଦେଇଥିଲେ । ଫଳରେ ବିଳମ୍ବିତ ରାତିରେ ପୁଲିସ ଝିଅଟିକୁ ଉଦ୍ଧାର କରିବା ସହ ବାପା ମାଙ୍କୁ ଉଠାଇ ନେଇଥିଲା । ବର୍ତମାନ ସେମାନଙ୍କୁ ଥାନାରେ ରଖି ପଚରାଉଚରା କରୁଛି ପୁଲିସ । ଗତ ୧୯ ତାରିଖରେ ଜଣେ ଫଳ ବ୍ୟବସାୟୀଙ୍କ ୭ ବର୍ଷର ଶିଶୁପୁତ୍ରକୁ ନିଜ ସାବତ ମା ତତଲା ଛୁରୀରେ ଚେଙ୍କଦେବା ଖବର ସାମାନକୁ ଆସିଥିଲା ।