୨୦୨୧ ସୁଦ୍ଧା ସମାପ୍ତ ହେବ ଶିଶୁ ଯୌନ ଶୋଷଣ ଓ ନିର୍ଯ୍ୟାତନା ! ୱାର୍ଲ୍ଡ ଭିଜନ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହେଲା ଅଭିଯାନ

80

କନକ ବ୍ୟୁରୋ : ଶିଶୁଙ୍କ ଉପରେ ଯୌନ ନିର୍ଯ୍ୟାତନା ଦିନକୁ ଦିନ ବଢି ଚାଲିଛି । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଶିଶୁ ଯୌନ ନିର୍ଯ୍ୟାତନାର ଘଟଣା ସାମ୍ନାକୁ ଆସୁଛି । ତେବେ ଏହାକୁ ରୋକିବାକୁ କିଛି ସଂଗଠନ ଆଗକୁ ଆସିଛନ୍ତି । ଶିଶୁ ଯୌନ ଶୋଷଣ ଏବଂ ନିର୍ଯ୍ୟାତନା ସମାପ୍ତି କରିବା ପାଇଁ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୱାର୍ଲ୍ଡ ଭିଜନ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରରେ ଏହାର ଜାତୀୟ ଅଭିଯାନ ଶୁଭାରମ୍ଭ ହୋଇଛି । ଯାହା ମାଧ୍ୟମରେ ୨୦୨୧ ସୁଦ୍ଧା ଭାରତରେ ଶିଶୁ ଯୌନ ଶୋଷଣ ଏବଂ ନିର୍ଯ୍ୟାତନା ସମାପ୍ତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କୁ ଶିଶୁ ଶୋଷଣ ପ୍ରତି ସେମାନଙ୍କ ଦୃଷ୍ଟିକୋଣକୁ ବ୍ୟକ୍ତ କରିବାର ସୁଯୋଗ ପ୍ରଦାନ କରାଯିବା ସହି ଶିଶୁଙ୍କ ପ୍ରତି ହେଉଥିବା ସମସ୍ତ ପ୍ରକାର ହିଂସାକୁ ସମ୍ପୂର୍ଣ୍ଣ ସମାପ୍ତ କରିବା ପାଇଁ ଏବଂ ସଂରକ୍ଷଣ ରଣନୀତି ସମ୍ବନ୍ଧରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହିଳା, ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ଉଦ୍ଘାଟନ କରିଥିଲେ ଓ ଅନ୍ୟତମ ଅତିଥି ଭାବେ ଓଏସସିପିସିଆର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଭୁବନେଶ୍ୱର ମେୟର ଓ ବିଧାୟକ ପ୍ରମୁଖ ଯୋଗ ଦେଇ ଶିଶୁ ସୁରକ୍ଷା ଉପରେ ଆଲୋଚନ କରିଥିଲେ । ଶିଶୁ ସୁରକ୍ଷା ଉପରେ ସରକାର ବେଶ ଯତଃବାନ ଅଛନ୍ତି । ଶିଶୁ ଯୌନ ନିର୍ଯ୍ୟାତନା ରୋକିବାକୁ ସରକାର ବିଭିନ୍ନ କମିଟି ଗଠନ କରିଛନ୍ତି । ଏପରିକି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ସରକାର ଆଇନ ପ୍ରଣୟନ କରିଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଥିଲେ ।