ସିନ୍ଦୁର ପାଇଁ ମମତାକୁ ବଳି : ସ୍ୱାମୀଙ୍କ ଚିକିତ୍ସା ପାଇଁ, ପୁଅକୁ ବିକ୍ରି କରିବାକୁ ପ୍ରସ୍ତୁତ ମାଆ

27

କନକ ବ୍ୟୁରୋ : ରାଜ୍ୟର ସବୁଠାରୁ ବଡ ହସପିଟାଲରେ ଏବେ ଏକ ବିସ୍ମୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ସ୍ୱାମୀଙ୍କ ଚିକିତ୍ସା ପାଇଁ, ପୁଅକୁ ବିକ୍ରି କରିବାକୁ ଚାହୁଁଛି ମାଆ । ଡାକ୍ତର କହୁଛନ୍ତି ସ୍ୱାମୀଙ୍କ କିଡନୀ ଖରାପ । ଚିକିତ୍ସା ପାଇଁ ପଇସା ନଥିବାରୁ ଏବେ ସିନ୍ଦୁର ପାଇଁ ମମତାକୁ ବଳି ପକାଇବାକୁ ପ୍ରସ୍ତୁତ ଅସହାୟ ଅମ୍ବିକା ।

ସ୍ୱାମୀଙ୍କୁ ଭଲ କରିବାର ଆଶା ନେଇ ଢେଙ୍କାନାଳରୁ କଟକ ଏସସିବି ମେଡିକାଲ କଲେଜ ଆସିଛନ୍ତି ଅମ୍ବିକା ନାୟକ । ଔଷଧ କିଣିବାକୁ ପାଖରେ ପଇସା ନାହିଁ । ବଡ ଡାକ୍ତରଙ୍କୁ ଅନେକ କାକୁତି ମିନତି ହେଲେ । କିନ୍ତୁ ଡାକ୍ତର ସଫାସଫା ଶୁଣାଇଦେଲେ, କାନ୍ଦିଲେ ବୋବାଇଲେ କିଛି ହେବନାହିଁ ।

ପାଖରେ ପଇସା ନାହିଁ ତ ସ୍ୱାମୀଙ୍କୁ ଘରୋଇ ହସ୍ପିଟାଲକୁ ନେଇଯାଅ । ସ୍ୱାମୀ ପ୍ରଦୀପ ନାୟକ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଆଉ ଅସହାୟ ଅମ୍ବିକା ନିଜ ପିଲାକୁ ଧରି ୟା, ତା ପାଖରେ ବିକ୍ରି କରିବାକୁ ନେହୁରା ହେଉଛନ୍ତି । ଜଣେ ସ୍ୱେଚ୍ଛାସେବୀଙ୍କ ନଜରରେ ପଡିବା ପରେ ଘଟଣା ପ୍ରଘଟ ହୋଇଛି ।

କଳାଧନ ଉପରେ ଅଙ୍କୁଶ ଲାଗିଲେ ସ୍ୱାସ୍ଥ୍ୟସେବା ଗରିବଙ୍କ ହାତ ପାହାନ୍ତାରେ ପହଂଚି ପାରିବ ବୋଲି କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ହେଲେ କଟକର ଏ ଅସହାୟତାର ଚିତ୍ର ସମସ୍ତଙ୍କୁ ବିଚଳିତ କରୁଛି ।

ଦେଖନ୍ତୁ ଏହି ଭିଡିଓ :