ସାହାରା ଖୋଜୁଛି ଶ୍ରୀୟା ! କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇଛି ୧୧ ମାସର ଶିଶୁ

41

କନକ ବ୍ୟୁରୋ : ସାହାରା ଖୋଜୁଛି ଶ୍ରୀୟା । କଟକ ବଡ ମେଡିକାଲରୁ ଡିସଚାର୍ଜ ହୋଇଛି ୧୧ ମାସର ଶିଶୁ । ତାକୁ ଆଜି କୋରାପୁଟ ନିଆଯାଇଛି । ଗତ ୧୧ ତାରିଖରେ କୋରାପୁଟର ନୀଳଗିରି ଜଙ୍ଗଲରୁ ଶିଶୁଟି ଉଦ୍ଧାର ହୋଇଥିଲା । ଶିଶୁ ପାଖରେ ପଡିଥିଲା ମାଆର ମୃତଦେହ । ରାତି ତମାମ ଘନ ଅନ୍ଧକାରରେ ଘଂଚ ଜଙ୍ଗଲରେ ମାଆକୁ ଡାକିଥିଲା ଶିଶୁଟି । ସକାଳୁ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରିଥିଲେ । ତେବେ ଆଜିଯାଏଁ ଶିଶୁଟିର କେହି ସମ୍ପର୍କୀୟଙ୍କ ପତ୍ତା ମିଳିନି ।

ସେପଟେ କୋରାପୁଟ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥାନ୍ତା ୧୧ ମାସର ଏହି ଶିଶୁ କନ୍ୟା । ତେବେ ତାହା ସମ୍ଭବ ହୋଇପାରିନି । ବର୍ତ୍ତମାନ ଶିଶୁଟି କୋରାପୁଟର ସ୍ୱତନ୍ତ୍ର ପୌଷ୍ୟ ସନ୍ତାନ ଗୃହରେ ରହିବ ।