ମା’କୁ ପ୍ରେମ ନିବଦେନ କରି ବିଫଳ ହେବା ପରେ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା ! ଜେରା ପରେ ପୁଲିସ ଆଗରେ ସତ ମାନିଲା ଅଭିଯୁକ୍ତ ।

401
କନକ ବ୍ୟୁରୋ : ବ୍ରହ୍ମପୁରରେ ୭ ବର୍ଷର ଶିଶୁ ଅପହରଣ ପରେ ହତ୍ୟା । ସଂପର୍କୀୟ ମାମୁଁ ଛାତ୍ରକୁ ଅପହରଣ କରିନେଇ ହତ୍ୟା କରିଥିବା ସ୍ୱୀକାର କରିଛି ।  ଶିଶୁର ମାକୁ ପ୍ରେମ ନିବେଦନ କରିବା ପରେ ବିଫଳ ହେବାରୁ ଶିଶୁୁକୁ ହତ୍ୟା କରିଥିବା ସ୍ୱୀକାର କରିଛି । ଗୋଷାଣୀ ନୂଆଗାଁ ଥାନା ପୁଲିସ ଏତଲା ପାଇବା ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି । ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି, ହେଲେ ପୁଲିସ ମୃତଦେହ ଉଦ୍ଧାର କରିପାରିନାହିଁ । ମୃତକ ହେଲେ ଗୋଷାଣୀ ନୂଆଗାଁ ଥାନାର ସଦାନନ୍ଦ ବିହାର ସପ୍ତମ ଲେନର ନିରୁପମା ଆଚାର୍ଯ୍ୟଙ୍କ ପୁଅ ଅଂଶୁମାନ ଆଚାର୍ଯ୍ୟ ।
ସୂଚନା ଅନୁସାରେ ଗତ ୧୨ତାରିଖରେ ଅଂଶୁମାନଙ୍କୁ ସଂପର୍କୀୟ ମାମୁଁ ଦେବାଶିଷ ପଣ୍ଡା ସ୍କୁଲକୁ ଛାଡିବାକୁ ଯାଇଥିଲେ । ହେଲେ ବିଳମ୍ବିତ ରାତିଯାଏଁ ଅଂଶୁମାନ କିମ୍ବା ଦେବାଶିଷଙ୍କ ଖୋଜ ଖବର ମିଳିନଥିଲା । ଏହାପରେ ନିରୁପମା ଗୋଷାଣୀ ନୂଆଗାଁ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ ଖୋଳତାଡ କରୁଥିବା ବେଳେ ଗତ ସୋମବାର ଛତ୍ରପୁର ନିକଟ ହଳଦିଆପଦର ବ୍ରିଜ ନିକଟରୁ ଅଂଶୁମାନଙ୍କ ସ୍କୁଲ ପରିଚୟ ପତ୍ର, ଏକ ସ୍କୁଟି ଓ ରକ୍ତଭିଜା ସାର୍ଟ ଜବତ କରିଥିଲା । ଏହାପରେ ପୁଲିସ ଅଭିଯୁକ୍ତ ସଂପର୍କୀୟ ମାମୁଁ ଦେବାଶିଷ ପଣ୍ଡାଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଛି ।