ରାଜଗାଙ୍ଗପୁରରେ ଅଭାବନୀୟ ଘଟଣା ! ପାଣି ପିଇବାକୁ ଯାଇ ନିର୍ମାଣଧିନ ପୋଲ ତଳକୁ ଖସିପଡିଲେ ଛାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

21

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ଲୁପାଖଣ୍ଡି ଗାଁରେ ଅଭାବନୀୟ ଘଟଣା । ପାଣି ପିଇବାକୁ ଯାଇ ମାଟିତଳେ ପୋତି ହୋଇଗଲେ ଦଶମ ଶ୍ରେଣୀର ଛାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏଯାଏଁ ଛାତ୍ରୀଙ୍କର କୌଣସି ପତ୍ତା ମିଳି ପାରିନାହିଁ ।

ସୂଚନାମୁତାବକ, କାଲି ସନ୍ଧ୍ୟାରେ ନଦୀ ଉପରେ ହେବାକୁ ଥିବା ପୋଲ ପାଇଁ ନିର୍ମାଣଧୀନ ଖମ୍ବ ନିକଟକୁ ସୁଲୋଚନା ଓ ତା’ର ସହଯୋଗୀ ସବିତା ମିଂଜ୍ ପାଣି ପିଇବାକୁ ଯାଇଥିଲେ । କିନ୍ତୁ ମାଟି ଦବିଯିବା କାରଣରୁ ଉଭୟେ ମାଟି ଭିତରକୁ ଚାଲିଯାଇଥିଲେ । ତେବେ ସବିତା କୌଣସି ପ୍ରକାରେ ବଂଚି ଯାଇଥିବାବେଳେ ଏଯାବତ୍ ସୁଲୋଚନାଙ୍କର କୌଣସି ସନ୍ଧ୍ୟାନ ମିଳି ପାରିନାହିଁ ।

ଏ ସମ୍ପର୍କରେ କୁତ୍ରା ଦମକଳ ବିଭାଗକୁ ଖବର ଦିଆଯାଇଥିଲା । ଦୀର୍ଘ ୧୦ ଘଂଟା ଧରି ଦମକଳ ବାହିନୀ ଓ ଓସିଏଲର ମିଳିତ ଉଦ୍ୟମରେ ଉଦ୍ଧାର କାମ ଜାରି ରହିଛି । ବର୍ତମାନ ସେଠାରେ ଉଦ୍ଧାର କାମ ଚାଲିଥିଲେ ବି ସୁଲୋଚନାକୁ ଉଦ୍ଧାର କରାଯାଇପାରିନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –