ମାଲକାନଗିରିରେ ପୁଣି ଏକ ବାଲ୍ୟ ବିବାହ । ଆଦିବାସୀ ଅଂଚଳରେ କାହିଁକି ବଢୁଛି ବାଲ୍ୟବିବାହ । ରିପୋର୍ଟ ଜାଣିଲେ ହୋଇଯିବେ ତାଜୁବ ।

38

କନକ ବ୍ୟୁରୋ : ଥମିବାର ନାଁ ଧରୁନି ବାଲ୍ୟବିବାହ । ମାଲକାନାଗିରି ଜିଲ୍ଲାରେ ପୁଣି ଏକ ବାଲ୍ୟ ବିବାହ ନଜରକୁ ଆସିଛି । ଏମଭି ୬୧ ଗାଁରେ ନାବାଳିକାଙ୍କ ପରିବାର ପକ୍ଷରୁ ଏହି ବିବାହ କରାଯାଉଥିବା ବେଳେ ଜିଲ୍ଲା ଶିଶୁ ଅଧିକାରୀଙ୍କ ନେତୃତରେ ଏକ ଟିମ ପହଂଚି ନାବାଳିକାକୁ ଉଦ୍ଧାର କରିଛନ୍ତି ।

ଶିଶୁ ଅଧିକାରୀଙ୍କ ଅନେକ ବୁଝାସୁଝା ପରେ ଗାଁରେ ବିବାହକୁ ବନ୍ଦ କରାଯାଇଥିଲା । ୧୮ ବର୍ଷ ନହେବା ପର୍ଯ୍ୟନ୍ତ ଝିଅକୁ ବିବାହ କରାଇବେ ନାହିଁ ବୋଲି ବାପା, ମା ଲିଖିତ ପ୍ରତିଶ୍ରୃତି ଦେଇଥିଲେ । ସାରା ରାଜ୍ୟ ତୁଳନା ରେ ମାଲକାନଗିରି ଜିଲ୍ଲାରେ ବାଲ୍ୟ ବିବାହ ସବୁଠାରୁ ଅଧିକ ସର୍ଭେରୁ ଜଣାପଡିଛି । ଜିଲ୍ଲାରେ ୩୯ ପ୍ରତିଶତ ବାଲ୍ୟବିବାହ ହେଉଥିବା ଏକ ସର୍ଭେରୁ ଜଣାପଡିଛି । ଜିଲ୍ଲାରେ ଗତ ଏକ ମାସ ଭିତରେ ପ୍ରାୟ ୧୦ ଟି ବାଲ୍ୟ ବିବାହ ସାମ୍ନାକୁ ଆସିଛି ।